ନିରବିଗଲେ ଚିତ୍ରଶିଳ୍ପୀ ଦିନନାଥ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିଗପହଣ୍ଡି ଗଡର ପ୍ରସିଦ୍ଧ ବୈଦ୍ୟରତ୍ନ ପରିବାରରେ ୧୯୪୨ ମସିହାରେ ଦିନନାଥଙ୍କ ଜନ୍ମ । “ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ ଭାବେ ପରିଚିତ ଦିନନାଥଙ୍କ ଅଲଟର ଇଗୋ ହେଲା ତାଙ୍କ ଗାଁ ଓ ପରିବାରର ତିନି ପୁରୁଷଧରି କଳା ଓ ସାହିତ୍ୟ ସାଙ୍ଗରେ ସଂପୃକ୍ତି । ଦାରିଦ୍ର୍ୟ ଓ ଅନଟନର ଅସହାୟ ପରିବେଶ ଭିତରୁ ଜୀବନଯାତ୍ରା ଆରମ୍ଭ କରି ଭାରତବର୍ଷର ସର୍ବୋଚ୍ଚ କଳାନୁଷ୍ଠାନ ଲଲିତ କଳା ଏଳାଡେମୀର ପ୍ରଥମ ଓଡିଆ ସଚିବ ଭାବରେ ଆସନ ଅଂଳକୃତ କରିଛନ୍ତି ଦିନନାଥ । ବହୁ ଜାତୀୟ ଏବଂ ଆର୍ନ୍ତଜାତୀୟ କଳା ପ୍ରକଳ୍ପର ସେ ଡିଜାଇନର । ସେ ସବୁ ମଧ୍ୟରେ ରହିଛି ସୋଭିଏତ ସଂଘ ଓ ସୁଇଡେନରେ “ଭାରତ ଉସବ’ , ବାଲି- ଇଣ୍ଡୋନେସିଆରେ “କଳିଙ୍ଗ-ବାଲିଯାତ୍ରା’, କାଏରାରେ ଅନୁଷ୍ଠିତ “ଚତୁର୍ଥ ବିନାଲେ’, ପ୍ରଭୃତି ।

ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିବକ୍ତ ଭାରତର ସର୍ବପୁରାତନ କଳାନୁଷ୍ଠାନ “ଆଇଫାକସ’’ ପକ୍ଷରୁ କଳାଶ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କ ରଜତ ଫଳକ, ଚୀନ ସରକାରଙ୍କ ସୃଜନ ସମ୍ମାନ, କଲିକତା ପାଇନ୍ ଆର୍ଟ ଏକାଡେମୀ ସ୍ୱର୍ଣ୍ଣପଦକ, ଓଡିଶା ଲଳିତାକଳା ଏକାଡେମୀ ପୁରସ୍କାର, ବ୍ରିଟିଶ କାଉନସିଲ ଫେଲୋସିପ, ଜାପାନ ଫାଉଣ୍ଡେସନ ଫେଲୋସିପ, ଇତ୍ୟାଦି। ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ବି ପୁରସ୍କୃତ ହୋଇଥିଲେ ଦୀନନାଥ । ଓଡିଆ, ଇଂରାଜୀ, ଓ ଜର୍ମାନୀ ଭାଷାରେ ସେ ସତୁରିରୁ ଅଧିକ ବହି ରଚନା କରିଛନ୍ତି ।