ଇସ୍ତଫା ଦେଲେ ରଘୁନାଥ ମହାପାତ୍ର : ରାଜ୍ୟସଭାକୁ ମନୋନୀତ ପରେ ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ।

93

ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ଦେଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ଗତ ୧୪ ତାରିଖ ଦିନ ମହାମହିମ ରାଷ୍ଟପତି ରାମନାଥ କୋବିନ୍ଦ ପଥରଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ସହ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ । ସୁଚନା ଅନୁସାରେ ୨୦୧୬ ମସିହାରେ ରାଜ୍ୟସରକାର ପଦ୍ମବିଭୂଷଣ ରଘୁନାଥ ମହାପତ୍ରଙ୍କୁ ଲଳିତକଳା ଏକାଡେମୀ ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ଗୋଟିଏ ସମୟରେ ଦୁଇଟି ଉଚ୍ଚ ପଦପଦୀରେ ରହିପାରିବେ ନାହିଁ ବୋଲି ସେ ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୁଚନା ମିଳିଛି ।

ଜୁଲାଇ ୧ ତାରିଖ । ମିଶନ ୧୨୦ ପ୍ଲସର ସମୀକ୍ଷା ପାଇଁ ଓଡିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରଘୁନାଥ ମହାପାତ୍ରଙ୍କୁ ସମ୍ପର୍କ ପାଇଁ ସମର୍ଥନ କାର୍ଯ୍ୟକ୍ରମରେ ତାଙ୍କ ବାସଭବନରେ ଭେଟିଥିଲେ । ବିଜେପିର ସମ୍ପର୍କରୁ ସମର୍ଥନ ଅଭିଯାନରେ ରଘୁନାଥଙ୍କ ସହ ଶାହାଙ୍କ ଭେଟଘାଟ କିନ୍ତୁ ସେତବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ରଘୁନାଥଙ୍କୁ ରାଜ୍ୟସଭା ଟିକେଟ୍ ମିଳିବାପରେ ସେ ଆଜି ଲଳିତକଳା ଏକାଡେମୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ପଥରଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ସହ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ଓଡିଶାର ଗର୍ବ ଓ ଗୈାରବ ସୋନାଲ ମାନସିଂହଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ୨୦୧୯ ରାଜନୀତିରେ ଓଡିଶାକୁ ମୋଦି କେତେ ପ୍ରାଧାନ୍ୟ ଦେଉଛନ୍ତି ତାର ହିସାବ କିତାବ ଭିତରେ ଏହି ପ୍ରସଙ୍ଗ ହୁଏତ ଏକ ପ୍ରମୁଖ ମୁଦ୍ଦା ପାଲଟିପାରେ ।