ପଦ୍ମାବତୀ ରଙ୍ଗୋଲିକୁ ନଷ୍ଟ କଲେ ବିରୋଧୀ ! ରାଗିଲେ ଦୀପିକା

84

ସଂଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତୀ’ ଶୁଟିଂ ଆରମ୍ଭ ହେବା ଦିନ ଠାରୁ ଚର୍ଚାରେ ରହିଛି । ଡିସେମ୍ବରରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ବିବାଦରେ ବର୍ତମାନ ପର୍ଯ୍ୟନ୍ତ ବି ପୂର୍ଣ୍ଣଛେଦ ପଡିପାରିନାହିଁ । ଆଜି ପର୍ଯ୍ୟନ୍ତ ଫିଲ୍ମକୁ ନେଇ କେଉଁଠି ନା କେଉଁଠି ବିରୋଧ ଓ ଧମକ ଶୁଣିବାକୁ ମିଳିଛି ।

ଏବେ ବିରୋଧୀ ଗୋଷ୍ଠୀ ୪୮ଘଂଟା କଠିନ ପରିଶ୍ରମ କରି ତିଆରି କରିଥିବା ପଦ୍ମାବତୀ ଫିଲ୍ମର ରଙ୍ଗୋଲିକୁ ନଷ୍ଟ କରିଦେଇଥିବା ଶୁଣିବାକୁ ମିଳୁଛି । ଏହି ରଙ୍ଗୋଲିକୁ ସୂରଜ କଳାକାର ସଂସ୍ଥାର କରଣ ତିଆରି କରିଥିଲେ । ଶହେରୁ ଅଧିକ ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ରଙ୍ଗୋଲିକୁ ନଷ୍ଟ କରିଦେଇଥିବା ଟ୍ୱିଟ କରିଛନ୍ତି ନିଜେ ରଙ୍ଗୋଲି ନିର୍ମାଣ କରିଥିବା କରଣ । ପଦ୍ମାବତୀ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟକରୁଥିବା ଦୀପିକା ପାଦୁକୋନ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିରୋଧୀଙ୍କ ଏପରି ଘଟଣାକୁ ଦୁଃଖଦାୟକ ବୋଲି ଟ୍ୱିଟ କରିଛନ୍ତି ଦୀପିକା ।