ରିଲିଜ୍ ପୂର୍ବରୁ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଲା ‘ପଦ୍ମାବତୀ’ !

57

29-1493451951-3ଭାଙ୍ଗିପାରେ ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ବ୍ଲକବଷ୍ଟର୍ ସିନେମା ‘ବାହୁବଳୀ’ ରେକର୍ଡ । ଏହି ରେକର୍ଡ ଭାଙ୍ଗିବା ପାଇଁ ପୁରା ଦମ୍ ଲଗାଇଛନ୍ତି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟଲୀଲା ଭନସାଲୀ । ସଂଜୟ ତାଙ୍କ ଆଗାମୀ ସିନେମା ପଦ୍ମାବତୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ୨୦୧୮ରେ ରୂପେଲି ପରଦାକୁ ଆସିବ ପଦ୍ମାବତୀ । ହେଲେ ରିଲିଜ୍ ପୁର୍ବରୁ ବାହୁବଳୀର ଏକ ବଡ଼ ରେକର୍ଡ ଭାଙ୍ଗି ସାରିଛି ପଦ୍ମାବତୀ ।

ମିଳିଥିବା ସୂଚନା ମୂତାବକ, ବାହୁବଳୀ ତୁଳନାରେ ୫୦୦ ଅଧିକ ସିନେମା ଘରେ ରିଲିଜ୍ ହେବ ସିନେମା ପଦ୍ମାବତୀ । ପ୍ରାୟ ୮୦୦୦ ହଜାର ସ୍କ୍ରିନରେ ଲାଗିବ ଏହି ସିନେମା । ଯାହା ଆପେ ଆପେ ଏକ ବଡ ରେକର୍ଡ ସୃଷ୍ଟି କରିଛି । ସିନେମାର ବଜେଟ୍ ୧୭୫ କୋଟି ଥିବା ବେଳେ କେବଳ କ୍ଲାଇମାକ୍ସରେ ୧୨ କୋଟି ଖର୍ଚ୍ଚ ହେବାର ପ୍ଲାନ୍ ରହିଛି ।

ଏହି ସିନେମାର କାହାଣୀ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ପତ୍ନୀ ରାଣୀ ପଦ୍ମାବତୀଙ୍କ ଉପରେ ଆଧାରିତ । ଏହି ଚରିତ୍ରରେ ରଣବୀର ସିଂହ ଏବଂ ଦୀପିକା ପାଦ୍ୟୁକୋନ୍ ନଜର ଆସିବେ । ଏହା ସହ ରାଜା ରତନ୍ ସିଂହଙ୍କ ଭୂମିକାରେ ଅଛନ୍ତି ସାହିଦ୍ କପୁର୍ । ପ୍ରାୟ ସମସ୍ତ କଳାକାର ଏହି ସିନେମା ପାଇଁ ମୋଟା ଫିସ୍ ପାଇଛନ୍ତି । ଶୁଣିବାକୁ ମିଳିଛି କେବଳ ଦୀପିକା ୧୨ କୋଟି ନେଇଛନ୍ତି ।

padmavati-759ତେବେ ରିଲିଜ୍ ପୂର୍ବରୁ ହିଁ ବିବାଦରେ ରହି ଆସିଛି ପଦ୍ମାବତୀ । ରାଜସ୍ଥାନର ଜୟପୁରରେ ଚାଲିଥିବାବେଳେ ସୁଟିଂ ସେଟରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କୁ ଆକ୍ରମଣ ହୋଇଥିଲା । ରାଜପୁତ କରଣୀ ସେନା ସୁଟିଂ ସେଟରେ ବିରୋଧ ପ୍ରଦର୍ଶନ କରିବା ସହ ସଂଜୟଙ୍କୁ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା । ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଫିଲ୍ମରେ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରିଥିଲେ ବିକ୍ଷୋଭକାରୀ । ସୁଟିଂ ସେଟରେ ଆସବାବପତ୍ର ଭଙ୍ଗାରୁଜା କରିବା ସହ ସୁଟିଂ ବନ୍ଦ କରିଦେଇଥିଲେ ଆନ୍ଦୋଳନକାରୀ । ସେହିପରି  ମହାରାଷ୍ଟ୍ର କୋହ୍ଲାପୁରରେ ସୁଟିଂ ଚାଲିଥିବା ବେଳେ ସୁଟିଂ ସେଟରେ ଭଙ୍ଗାରୁଜା କରିବା ସହ ପୁରା ସେଟକୁ ପୋଡି ଦେଇଥିଲେ  କିଛି ଦୁର୍ବୃତ୍ତ ।