ଜାନୁଆରୀ ୨୫ ନୁହେଁ ୨୪ରେ ରିଲିଜ ହେବ ଫିଲ୍ମ ‘ପଦ୍ମାବତ’! ରିଲିଜ ପୂର୍ବରୁ ୪ଟି ରାଜ୍ୟରେ ବ୍ୟାନ ହେଲା ପଦ୍ମାବତ

34

ଜାନୁଆରୀ ୨୫ ନୁହେଁ ଜାନୁଆରୀ ୨୪ରେ ରିଲିଜ ହେବ ପଦ୍ମାବତ ଫିଲ୍ମ । ଏନେଇ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’କୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଛି । ତେବେ ଏସବୁ ଭିତରେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ପଦ୍ମାବତ ରିଲିଜ କରିବାକୁ ନିର୍ମାତା ଯୋଜନା କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହା ପୂର୍ବରୁ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ପଦ୍ମାବତ ଫିଲ୍ମକୁ ବ୍ୟାନ କରାଯାଇଛି । ଏପରିକି ଏହି ଚାରି ରାଜ୍ୟ ବିରୋଧରେ ଫିଲ୍ମ ନିର୍ମାତା କମ୍ପାନି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ।

padmavati-renamed-to-padmavat-passed-with-ua-certificate-750-1514630410-1_cropରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୪ ତାରିଖରେ ସିନେମାଘରେ ପଦ୍ମାବତ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଙ୍ଗର ବ୍ୟବସ୍ଥା କରିଛନ୍ତି ଏହାର ନିର୍ମାତା । ଏହି ସ୍ପେଶାଲ ସୋ ପାଇଁ ଫିଲ୍ମ ନିର୍ମାତା ହଲ ମାଲିକଙ୍କୁ ପଇସା ମଧ୍ୟ ଦେବେ । ରିଲିଜ ପୂର୍ବରୁ ଏପରି କରି ପଦ୍ମାବତକୁ ନେଇ ଲାଗି ରହିଥିବା ଗୁଜବକୁ ସାମ୍ନାକୁ ଆଣିବ । ଏହାଦ୍ୱାରା ଦର୍ଶକଙ୍କ ମନରୁ ଭ୍ରମ ମଧ୍ୟ ଦୂର ହୋଇଯିବ । ଯାହା ଫିଲ୍ମକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଫାଇଦା ଦେବ ବୋଲି ଏହାର ନିର୍ମାତା ଚିନ୍ତା କରୁଛନ୍ତି ।

ପୂର୍ବରୁ ଏହି ଫିଲ୍ମକୁ ରାଜପୁତ ଓ କରନୀ ସେନା ବିରୋଧ କରିବାରୁ ଏହାର ରିଲିଜ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଫିଲ୍ମଟି ରାଣୀ ପଦ୍ମାବତୀଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଛି । କିନ୍ତୁ ରାଣୀ ପଦ୍ମନୀଙ୍କ ଚରିତ୍ରକୁ ଏଥିରେ ଭୂଲ ଭାବରେ ଦର୍ଶାଇଥିବାରୁ ଏହାକୁ ନେଇ ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା । ପରେ ଏହାକୁ ପୁର୍ନବାର ସେନସର ବୋର୍ଡ ନିକଟକୁ ପଠାଯାଇଥିଲା । ସେଠାରେ ଫିଲ୍ମର ବିବାଦୀୟ ଘୁମୁର ଗୀତରେ ପରିବର୍ତ୍ତନ କରିବାକୁ ରିଭ୍ୟୁ କମିଟି କହିଥିଲା । ଏପରିକି ଫିଲ୍ମର ନାମ ପଦ୍ମାବତୀରୁ ପଦ୍ମାବତ କରି ରିଲିଜ କରିବାକୁ ସେନସର ବୋର୍ଡ ଅନୁମତି ଦେଇଥିଲା । ପ୍ରଥମେ ୧୯୦ କୋଟି ବଜେଟର ଏହି ଫିଲ୍ମ ଡିସେମ୍ବର ୧୨ ତାରିଖରେ ରିଲିଜ ହେବାକୁ ସ୍ଥିର କରାଯାଇଥିଲା । କିନ୍ତ ରାଜପୁତ ଓ କରନୀ ସେନାର ପ୍ରବଳ ବିରୋଧ ଯୋଗୁଁ ଏହାର ରିଲିଜ ତାରିଖକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ଏପରିକି ଫିଲ୍ମ ରିଲିଜ ହେଲେ ସିନେମାଘର ଜଳିବ ବୋଲି କରନୀ ସେନା ଧମକ ମଧ୍ୟ ଦେଇଛି । ପଦ୍ମାବତ ସାଙ୍ଗରେ ଅକ୍ଷୟଙ୍କ ଫିଲ୍ମ ପ୍ୟାଡମ୍ୟାନ ମଧ୍ୟ ଜାନୁଆରୀ ୨୫ରେ ରିଲିଜ ହେବ ।