ସୁଦର୍ଶନ ପଟ୍ଟନାୟକ ହେଲେ ଓମଫେଡର ବ୍ରାଣ୍ଡ ଆମ୍ବାସାଡାର !

65

କନକ ବ୍ୟୁରୋ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓମଫେଡର ବ୍ରାଣ୍ଡ ଆମ୍ବାସାଡାର ଭାବେ ଯୋଗ ଦେଇଛନ୍ତି । ଓମଫେଡର ଲୋକପ୍ରିୟତା ତଥା ଲକ୍ଷାଧିକ ଚାଷୀ ଓ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ବ୍ରାଣ୍ଡ ଆମ୍ବାସାଡାର ଭାବେ ନିଯୁକ୍ତି ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ଆଗାମୀ ଦିନରେ ଓମଫେଡ୍ କେବଳ ଓଡିଶା ମଧ୍ୟରେ ସୀମିତ ନରହି ଅନ୍ୟାନ୍ୟ ପଡୋଶୀ ରାଜ୍ୟରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବ ।

ବାଲୁକା ଶିଳ୍ପ ମାଧ୍ୟମରେ ଓମଫେଡର ସମସ୍ତ ଦ୍ରବ୍ୟକୁ ଲୋକପ୍ରିୟ କରିବା ପାଇଁ ବାର୍ତ୍ତା ଦିଆଯିବ ଓ ଜାତୀୟ ସ୍ତରରେ ଏହାର ଅଭିବୃଦ୍ଧି କିପରି ଦୃଷ୍ଟିଗୋଚର ହେବ , ସେଥିପାଇଁ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ ଓମଫେଡର ଅଧ୍ୟକ୍ଷା ଶ୍ରମତୀ ସରୋଜିନୀ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ବିଶାଳ ଗଗନ ଶ୍ରୀ ପଟ୍ଟନାୟକଙ୍କୁ ନିଯୁକ୍ତି ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।