ଲିଟିଲ ମିସ ୟୁନିଭର୍ସରେ ପ୍ରତିଯୋଗିତାରେ ଦୁଇଟି ସବ୍ ଟାଇଟଲ ଜିତି ଫେରିଲେ ଓଡିଆ ଝିଅ ପଦ୍ମଳୟା ନନ୍ଦ !

39

ଜର୍ଜିଆରେ ଅନୁଷ୍ଠିତ ହୋଇଥିବା ଲିଟିଲ ମିସ ୟୁନିଭର୍ସରେ ମୁକୁଟ ଜିତି ଫେରିଛନ୍ତି ଓଡିଆ ଝିଅ ପଦ୍ମଳୟା ନନ୍ଦ । ପଦ୍ମଳୟା ଲିଟଲ ମିସ ୟୁନିଭର୍ସ ଇଂଟରନେଟ ୨୦୧୭ରେ ସଫଳତା ହାସଲ କରିବା ସହିତ ଦୁଇଟି ସବ ଟାଇଟଲ, ଲିଟିଲ ମିସ୍ ଆକ୍ଟ୍ରେସ ଏବଂ ଲିଟଲ ମିସ ଗ୍ରାଣ୍ଡପିକ୍ସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜର୍ଜିଆଠାରେ ଅନୁଷ୍ଠିତ ହୋଇଥିବା ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୦ ପ୍ରତିଯୋଗୀ ଯୋଗ ଦେଇଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପଦ୍ମାଳୟା ପହଁଚିଲା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।