ଆଜି ପରଦାକୁ ଆସୁଛି ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତ’ । ରିଲିଜ ପୂର୍ବରୁ ହିଂସା ଅଣାୟତ, କରଣି ସେନାର ଭାରତ ବନ୍ଦ
କନକ ବ୍ୟୁରୋ : ବହୁ ବାଦବିବାଦ ପରେ ଆଜି ପରଦାକୁ ଆସୁଛି ସଂଜୟ ଲୀଲା ଭନସାଲୀଙ୍କ ମୁଭି ପଦ୍ମାବତ । ମଙ୍ଗଳବାର ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ବିରୋଧରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ସାନି-ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଫିଲ୍ମ ରିଲିଜ ପାଇଁ ଅନୁମତି ଦେଇ କହିଥିଲେ ଭାରତରେ ବ୍ୟାଣ୍ଡିଟ କୁଇନ ଭଳି ଫିଲ୍ମ ରିଲିଜ ହୋଇପାରୁ ଥିବା ବେଳେ ପଦ୍ମାବତ କାହିଁକି ହୋଇପାରିବ ନାହିଁ । ସେନସର ବୋର୍ଡ ଫିଲ୍ମ ସାର୍ଟିଫିକେଟ ଦେଇ ଫିଲ୍ମ ରିଲିଜ ପାଇଁ ଅନୁମିତ ଦେବା ପରେ କୌଣସି ପରିସ୍ଥିତିରେ ଫିଲ୍ମ ରିଲିଜକୁ ରୋକିହେବ ନାହିଁ ବୋଲି କହିଥିଲେ ଚିଫ ଜଷ୍ଟିସ ଦୀପକ ମିଶ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦ୍ମାବତ ଫିଲ୍ମରେ ଐତିହାସିକ ତଥ୍ୟକୁ ଭୁଲ ଭାବେ ଉପସ୍ଥାପିତ କରି ରାଜପୁତଙ୍କ ଭାବନା ସହ ଖେଳ ଖେଳାଯାଇଥିବା ଅଭିଯୋଗ ଆଣି ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ ଦାବି କରିଥିଲା ରାଜପୁତ କର୍ଣ୍ଣି ସେନା । ଏହାକୁ ନେଇ ସେନସର ବୋର୍ଡ ସମାଧାନର ରାସ୍ତା ବାହାର କରି ପଦ୍ମାବତୀରୁ ଫିଲ୍ମର ନାମ ବଦ୍ମାବତ ଏବଂ ଫିଲ୍ମର କିଛି ସିନ ଉପରେ କଇଁଚି ଚଲାଇଥିଲେ । ସେନସର ବୋର୍ଡର ନିର୍ଦ୍ଦେଶ କ୍ରମେ ଫିଲ୍ମରେ ସାମାନ୍ୟ ପରିବର୍ତନ ପରେ ସାର୍ଟିଫିକେଟ ପାଇଥିବା ପଦ୍ମାବତ ଆଜି ରିଲିଜ ହେଉଛି ।
ବିରୋଧ ଭିତରେ ଆଜି ସାରା ଭାରତରେ ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଏବଂ ବିବାଦ ଘେରରେ ଛନ୍ଦି ହୋଇଥିବା ଚଳଚ୍ଚିତ୍ର-ପଦ୍ମାବତ୍ । ଅନ୍ୟପଟେ ଫିଲ୍ମ ରିଲିଜକୁ ବିରୋଧ କରି କର୍ଣ୍ଣିସେନା ଭାରତ ବନ୍ଦ ଡାକରା ଦେଇଛି । ଅନ୍ୟପଟେ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ପଦ୍ମାବତ ଫିଲ୍ମ ପ୍ରଦର୍ଶନ କରାଯିବ ନାହିଁ । ଫିଲ୍ମ ରିଲିଜ୍ ନେଇ ସୁପ୍ରିମ କୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି କର୍ଣ୍ଣି ସେନା ଫିଲ୍ମ ରିଲିଜକୁ ବିରୋଧ କରି ହିଂସାକାଣ୍ଡ ଘଟାଉଛନ୍ତି ।
ଗତକାଲି ଦେଶର ବିଭିନ୍ନ ଅଂଚଳରେ ଆଜି ବ୍ୟାପକ ହିଂସାକାଣ୍ଡ ଓ ପୋଡଜଳା ଦେଖିବାକୁ ମିଳିଛି । ଗୁରୁଗ୍ରାମରେ ଏକ ସ୍କୁଲ ବସକୁ ପୋଡିଦେଇଥିଲେ ବିକ୍ଷୋଭକାରୀ । ତେଣୁ ଅଘଟଣ ଆଶଙ୍କାରେ ଆଜି ଗୁରୁଗ୍ରାମର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଫିଲ୍ମ ହଲ ଓ ସପିଂ ମଲ୍ରେ ଭଙ୍ଗାରୁଜା କରାଯାଇଛି । ହରିୟାଣା, ଗୁଜରାଟ, ରାଜସ୍ଥାନ, ୟୁପି, ବିହାରରେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ । ଦିଲ୍ଲୀ-ଜୟପୁର ରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିଥିବା ବେଳେ ମଥୁରାରେ ରେଳରୋକ କରିଥିଲେ ବିକ୍ଷୋଭକାରୀ ।