ଖୁବ ଶୀଘ୍ର ପରଦାକୁ ଆସିବ ‘ପଦ୍ମାବତ୍’ । ହେଲେ ସିନେମାରେ ହୋଇଛି ୫ଟି ବଡ ପରିବର୍ତ୍ତନ 

29

ଅନେକ ଦିନ ଧରି ବିବାଦରେ  ରହିଥିବା ଫିଲ୍ମ ‘ପଦ୍ମାବତ୍’ ଖୁବଶୀଘ୍ର ରିଲିଜ ହେବାକୁଯାଉଛି । ଦର୍ଶକଙ୍କ  ସମସ୍ତ ପରିକଳ୍ପନାର ଅନ୍ତ ହେବ । ଇତିମଧ୍ୟରେ ଏହି ଫିଲ୍ମରେ ୫ଟି ପରିବର୍ତ୍ତନ କରାଯିବା ସହିତ ୩୦୦ ଦୃଶ୍ୟକୁ କଟାଯାଇଛି ବୋଲି ଗୁଜବ ଶୁଣିବାକୁ ମିଳୁଛି । । କିନ୍ତୁ ଏହି ସବୁ ଖବରକୁ ସିବିଏଫସିର ଅଧ୍ୟକ୍ଷ ପ୍ରସୂନ ଜୋଶୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ‘ଫିଲ୍ମର କୌଣସି ଦୃଶ୍ୟକୁ କଟାଯାଇ ନାହିଁ । ଫିଲ୍ମର ନିର୍ମାତା ୫ଟି ପରିବର୍ତ୍ତନ କରି ଫିଲ୍ମର ଫାଇନାଲ କପିକୁ ଜମା କରିଦେଇଛନ୍ତି । ଏହାସହିତ ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ ମଧ୍ୟ ଦିଆଯାଇସାରିଛି । ୩୦୦ ଦୃଶ୍ୟକୁ କଟାଯିବା ଖବର ସଂପୂର୍ଣ୍ଣ ମିଥ୍ୟା ।’

ଜାନୁଆରୀ୨୫ରେ ‘ପଦ୍ମାବତ୍’ ରିଲିଜ ହେବ ବୋଲି ଶୁଣାଯାଉଛି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଫିଲ୍ମର ୩୦୦ଟି ଦୃଶ୍ୟକୁ କଟାଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ବଲିଉଡର ଅନେକ ପ୍ରସିଦ୍ଧ ନିର୍ଦ୍ଦେଶକ ଓ ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଉପସ୍ଥିତିରେ ରାଜକମଲ ଷ୍ଟୁଡିଓରେ ଫିଲ୍ମର କିଛି ଦୃଶ୍ୟକୁ ବାଦ ଦିଆଯାଇଛି । ଯେଉଁଥିରେ ଫିଲ୍ମର ଦିଲ୍ଲୀ, ମେୱର ଓ ଚିତୋରଗଡରେ ସୁଟିଂ କରାଯାଇଥିବା ଦୃଶ୍ୟକୁ ବାଦ ଦିଆଯାଇଛି । ଏହି ଫିଲ୍ମକୁ ‘ପଦ୍ମାବତୀ’ ପରିବର୍ତ୍ତେ ‘ପଦ୍ମାବତ୍’ ନାମରେ ରିଲିଜ କରାଯିବ ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁରଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଅନେକ ଦିନ ହେବ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ବାସ୍ତବରେ କେବେ ରିଲିଜ ହେଉଛି ତାହା ଏଯାଏ ସ୍ପଷ୍ଟ ହୋଇନି ।