ଜୀବିତ ଅବସ୍ଥାରେ କାଦର ଖାନଙ୍କ ସ୍ୱପ୍ନ ପୂରଣ ହୋଇପାରିନଥିଲା ! ଏବେ ମୃତ୍ୟୁ ପରେ ପାଇବାକୁ ଯାଉଛନ୍ତି ଏହି ସମ୍ନାନ ।

118

ଅନେକ ଦିନ ପର‌୍ୟ୍ୟନ୍ତ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ଡିସେମ୍ବର ୩୧ରେ ମୃତ୍ୟୁବରଣ କରିଥିଲେ ବଲିଉଡ୍ ଅଭିନେତା କାଦର ଖାନ୍ । ସେ ୨୦୦ରୁ ଅଧିକ ଫିଲ୍ମ କରିଥିବା ବେଳେ ଅନେକ ଫିଲ୍ମ ପାଇଁ ଡାଏଲଗ ଲେଖିଥିଲେ । ଏତେ ଭଲ କାମ କରିଥିଲେ ମଧ୍ୟ ସେ ବଞ୍ଚିଥିବା ସମୟରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇ ନଥିଲା । କିନ୍ତୁ ମୃତ୍ୟୁ ପରେ ତାଙ୍କର ବାକି ରହି ଯାଇଥିବା ଆଶା ପୂରଣ ହେବାକୁ ଯାଉଛି । ଦିବଂଗତ କାଦର ଖାନଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ଭାରତ ସରକାରଙ୍କ ଏହି ଘୋଷଣା କାଦର ଖାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।

ସୂଚନା ମୁତାବକ, କାଦର ଖାନ୍ ଆଫଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିଲେ । କାଦର ଖାନଙ୍କ ପୂର୍ବରୁ ତାଙ୍କର ୩ଟି ଭାଇ ଜନ୍ମ ହୋଇଥିଲେ । କିନ୍ତୁ ୮ବର୍ଷ ହେଉ ହେଉ ସେମାନେ ମୃତ୍ୟୁବରଣ କରିଥିଲେ । ୩ ଜଣଙ୍କ ପରେ କାଦର ଖାନ୍ ଜନ୍ମ ହେବା ପରେ ତାଙ୍କ ମା’ କାବୁଲ ତାଙ୍କ ପିଲାମାନଙ୍କ ପାଇଁ ଅଶୁଭ ବୋଲି କହି ପରିବାରକୁ ଧରି ମୁମ୍ବାଇ ଚାଲି ଆସିଥିଲେ ବୋଲି କାଦର ଖାନ୍ ଏକ ସାକ୍ଷାତକାରରେ ଜଣାଇଥିଲେ ।