ଆତ୍ମହତ୍ୟାର ଦସ୍ତାବିଜ୍ ! ରହସ୍ୟ ଘେରରେ ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ମୃତ୍ୟୁ

25

କନକ ବ୍ୟୁରୋ : ଓଡିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ସଫଳ ଉଦ୍ୟୋଗୀ , ପାଢ଼ି ଟିଉଟୋରିଆଲର ମାଲିକ ଜାନକୀବଲ୍ଲଭ ପାଢ଼ିଙ୍କ ମୃତଦେହ ମିଳିଛି । ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ନେଇ ପାରିପାଶ୍ୱିର୍କ ସ୍ଥିତିରୁ ଜଣାପଡିଛି । କିନ୍ତୁ କାହିଁକି ସେ ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟ ଘେରରେ । କୁହାଯାଉଛି ପାଖାପାଖି ୧୦କୋଟି ଟଙ୍କାର ଋଣ ପାଇଁ ମାନସିକ ଚାପରେ ରହୁଥିଲେ ଜାନକୀ ପାଢ଼ି । ତାଙ୍କ ଆତ୍ମହତ୍ୟାର କାରଣ ନେଇ ପୁଲିସ୍ ଏକ ଦଶ ପୃଷ୍ଠାର ହାତ ଲେଖା ଚିଠି ଜବତ କରିଛି ।

କଟକ ଭୁବନେଶ୍ୱରରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଢ଼ୀ ଟ୍ୟୁଟୋରିଆଲ୍ ପ୍ରତିଷ୍ଠା କରି ଶିକ୍ଷା ବ୍ୟବସାୟାର ଶୀର୍ଷ ସ୍ଥାନରେ ପହଂଚିଥିବା ଜାନକୀ ବଲ୍ଲଭ ପାଢ଼ୀ ଯଦି ଆତ୍ମହତ୍ୟା କରିଛନ୍ତି । ତେବେ କାହିଁକି ଏ ଚରମ ପଦକ୍ଷେପ ନେଲେ ।

ବ୍ୟାଙ୍କ ଋଣ

-ରାଜ୍ୟର କୋଣ ଅନୁକୋଣରେ ଗଢ଼ିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ବହୁ ପରିମାଣରେ ଋଣ କରିଥିଲେ ଜାନକୀ ବାବୁ । ଯେଉଁଥିପାଇଁ ହୁଏତ ସେ ଋଣ ଜନିତ ଚାପରେ ଥାଇପାରନ୍ତି ।

ହାତ ଉଧାରି

-କୁହାଯାଉଛି ଜାନକୀ ବାବୁ ଅନେକ ପୁଂଜିପତିଙ୍କ ଠାରୁ ମୋଟା ଅଙ୍କରେ ହାତ ଉଧାରୀ କରିଥିଲେ । ଯେଉଁଥି ପାଇଁ ବିଭିନ୍ନ ସମୟରେ ତାଙ୍କୁ ଧମକ ସବୁ ଆସିଥିବା ଅଭିଯୋଗ ହୋଇଛି

ବ୍ୟବସାୟିକ କ୍ଷତି

-କିଛି କଲେଜ ଏବଂ ଟ୍ୟୁଟୋରିଆଲ ସ୍ୱାଭାବିକ ଚାଲିଥିଲେ ସୁଦ୍ଧା ଭୁବନେଶ୍ୱର ନିକଟରେ ଏକ ମ୍ୟାନେଜମେଂଟ୍ କଲେଜର ହୋଷ୍ଟଲ ନିର୍ମାଣ କାମ ଚାଲିଛି । ଯେଉଁଥି ପାଇଁ ତାଙ୍କୁ ଫଣ୍ଡର ଆବଶ୍ୟକତା ଥିଲା । ହୁଏତ ଏଥିପାଇଁ ଚରମ ନିଷ୍ପତି ନେଇଥାଇ ପାରନ୍ତି ।

ପାରିବାରିକ ଅବସାଦ

-ଗତ କିଛି ଦିନ ହେଲା ଏକୁଟିଆ ସମୟ କାଟୁଥିବା ପାଢ଼ୀ ୨ଟି ବିବାହା କରିଛନ୍ତି । ହୁଏତ ପାରିବାରିକ ଅବସାଦ ଯୋଗୁଁ ବ୍ୟଥିତ କରିଥାଇପାରେ ।

କାହିଁକି ଜାନକୀ ବାବୁଙ୍କ ଏହି ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ପାରିପାଶ୍ୱିକ ପରିସ୍ଥିତିରୁ ଏକ ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ପାଢ଼ୀଙ୍କ କିଛି ଲକ୍ଷଣ ବି ବେଶ ସନ୍ଦେହ ଘେରରେ ରହିଛି ।

ମିଳାମିଶା କମ୍ କରୁଥିଲେ

-ବେଶ କିଛି ଦିନ ହେବ ଜାନକୀ ବାବୁ ଏକୁଟିଆ ରହିବାକୁ ପସନ୍ଦ କରୁଥିଲେ । କାହା ସହିତ ବେଶି ମିଳାମିଶା କରିବାକୁ ପସନ୍ଦ କରୁନଥିଲେ । ଏମିତିକି ଏକୁଟିଆ ଶୋଇବା ଏବଂ ପାର୍କ ଯିବା ମଧ୍ୟ ପରିଲକ୍ଷିତ ହୋଇଥିଲା ।

ମାନସିକ ଅବସାଦ

-ଜାନକୀ ବାବୁ ବିଭିନ୍ନ କାରଣରୁ ବିଗତ କିଛି ଦିନହେଲା ଅବସାଦ ଭିତରେ ଗତି କରୁଥିଲେ । ବ୍ୟବସାୟୀକ କାରଣ ହେଉ କିମ୍ବା ଋଣ ପାଇଁ ହେଉ, ସେ ଅବସାଦ ଭିତରେ ଥିବା କୁହାଯାଉଛି । କ୍ରାଇମବ୍ରାଂଚ ମାମଲାରେ ଛନ୍ଦି ହେବା ଘଟଣାକୁ ନେଇ ମଧ୍ୟ ଚାପରେ ଥିଲେ ।

ତେବେ, ଜଣେ ଖ୍ୟାତି ସଂପନ୍ନ ଶିକ୍ଷାବିତ ଏବଂ ସଫଳ ବ୍ୟବସାୟୀ ଭାବେ ନାଁ କରିଥିବା ଜାନକୀ ବଲ୍ଲଭଙ୍କ ମୃତ୍ୟୁକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ସନ୍ଦେହ ସୃଷ୍ଟି କରୁଛି ମୃତ୍ୟୁକୁ ନେଇ ରହିଥିବା ୧୦ ପୃଷ୍ଠାର ସୁସାଇଡ୍ ନୋଟ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-