ସମ୍ବଲପୁରରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା ! ଧାନ କିଣା ପୂୂର୍ବରୁ ଚାଷୀଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା

21

କନକ ବ୍ୟୁରୋ : ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ସମ୍ବଲପୁରର ବରେଇପାଲି ଧାନ ମଣ୍ଡିରେ ଧାନ କିଣା ପୂର୍ବରୁ ଚାଷୀଙ୍କ ସହ ଏକ ବୈଠକ ବସିଛି । ଏହି ବୈଠକରେ ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଚାଷୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଚାଷୀମାନେ ଧାନ ବିକ୍ରି କରିବା ପୂର୍ବରୁ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେବାବଦରେ ଆଲୋଚନା କରାଯାଉଛି । ଏହସହ ସମ୍ବଲପୁରରେ ଯେଉଁ ୭ଟି ମିଲ୍ ଯୋଗାଣ ବିଭାଗ ଧାନ ବସ୍ତା ଜବତ କରିଛି ସେହି ମିଲ୍ ଗୁଡିକ  ଧାନ କିଣାରୁ ବାଦ ଦିଆଯାଇଛି ।

ସମ୍ପୃକ୍ତ ମିଲ୍ ଗୁଡିକ ତଦନ୍ତ ନସରିବା ଯାଏଁ ଧାନ କିଣି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି । ତେବେ ଏହି ୭ଟି ମିଲ ମଧ୍ୟରୁ ୨ଟି ମିଲ୍ ସରକାରୀ ପ୍ରକ୍ରିୟାରେ ଚାଷୀଙ୍କ ଠାରୁ ଧାନ କିଣିଥାନ୍ତେ । ମିଲ ଧାନ କିଣିବାରୁ ବାଦ ଦେବା ପରେ ସୃଷ୍ଟି ହେବାକୁ ଥିବା ସମସ୍ୟା ବାବଦରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରାଯାଇଛି ।