କନକ ବ୍ୟୁରୋ : ରାସ୍ତା କଡରେ ଗଦା ହୋଇଛି ଧାନ ବସ୍ତା । କେତେକ ଧାନ ବସ୍ତା ଖୋଲି ଯାଇଛି । ଫଳରେ ଧାନଗୁଡିକ ତଳେ ଗଦା ହୋଇଛି । ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ଧାନ ବୋଝେଇ ଟ୍ରକ ପଳାଶୁଣୀ ନିଟକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାତି ପ୍ରାୟ ୨ଟା ସୁଦ୍ଧା ଟ୍ରକଟିକୁ ବସ୍ ଓଭରଟେକ୍ କରିବା ବେଳେ ଧାନବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଗୋଟିଏ କଡକୁ ଢଳି ପଡିଥିଲା । କିଛି ସମୟ ପରେ କ୍ରେନ ସାହାଯ୍ୟରେ ଟ୍ରକଟିକୁ ଖାଲି କରାଯାଇଛି । ଟ୍ରକରୁ ବାହାରିଥିବା ଧାନକୁ ରାସ୍ତାକଡରେ ଗଦା କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ: