ଓଡିଶା ପାଇଁ ମୋଦିଙ୍କ ପାଖରେ ସମୟ ନାହିଁ ! ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଭେଟିବାକୁ ସମୟ ମାଗିଥିଲା ଗୃହ କମିଟି

26

କନକ ବ୍ୟୁରୋ: ଓଡିଶା ପାଇଁ ମୋଦିଙ୍କ ପାଖରେ ସମୟ ନାହିଁ । ବିଧାନସଭାର ଗୃହ କମିଟିକୁ ସମୟ ଦେଉ ନାହାଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭେଟିବାକୁ ମନା କରିଦେଇଛି । କମିଟି ପୁଣି ଥରେ ସମୟ ମାଗିବ ବୋଲି ନିଷ୍ପତି ନିଆଯାଇଛି । ଆସନ୍ତା ମାସରେ କେନ୍ଦ୍ର ସରକାର ଏମଏସପି ଘୋଷଣା କରିବାର ଅଛି । ତେଣୁ ଏହାକୁ ନେଇ ରାଜନୀତି ଜୋର ଧରିଛି ।