ପଦ୍ମାବତୀକୁ ଗ୍ରୀନ ସିଗନାଲ ! ‘ପଦ୍ମାବତ’ ନାମରେ ଖୁବଶୀଘ୍ର ରିଲିଜ ହେବ ଭଂସାଲୀଙ୍କ ବିବାଦୀୟ ଫିଲ୍ମ

25

ପଦ୍ମାବତୀକୁ ମିଳିଲା ଗ୍ରୀନ୍ ସିଗନାଲ୍ । ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଦ୍ମାବତୀର ରିଲିଜ ପାଇଁ ବାଟ ଫିଟିଲା । ଫିଲ୍ମରେ କିଛି ପରିବର୍ତ୍ତନ ସହ ଖୁବଶୀଘ୍ର ଏହା ରିଲିଜ ହେବ ବୋଲି ଜଣାପଡିଛି । ସେନ୍ସସର ବୋର୍ଡ ବିଭିନ୍ନ ଦିଗରୁ ତର୍ଜମା କରିବା ପରେ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦେଇଛି ବୋଲି ଜଣାପଡିଛି । ତେବେ ରିଲିଜ ପୂର୍ବରୁ ଫିଲ୍ମର ନାଁ ଓ କିଛି ଦୃଶ୍ୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି । ୨୮ ତାରିଖରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

Ranveer-Singh-Deepika-Padukone-Shahid-Kapoor-starrer-Padmavati-to-be-distributed-exclusively-byରିଲିଜ ପୂର୍ବରୁ ପଦ୍ମାବତୀ ଫିଲ୍ମକୁ ନେଇ ବିବାଦ ଦେଖା ଦେଇଥିଲା । ତେଣୁ ଏହାର ସମାଧାନ କରିବା ପାଇଁ ସେନସର ବୋର୍ଡ ପକ୍ଷରୁ ଏକ ରିଭ୍ୟୁ କମିଟି ଗଠନ କରାଯାଇଥିଲା । ରିଭ୍ୟୁ କମିଟି ଫିଲ୍ମର ନାମ ଓ ବିବାଦୀୟ ଘୁମୁର ଗୀତ ଉପରେ ଆପତ୍ତି ଉଠାଇଥିଲେ । ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ରିଭ୍ୟୁ କମିଟି ପରାମର୍ଶ ଦେଇଥିଲା । ଯାହାକୁ ଫିଲ୍ମ ନିର୍ମାତା ମାନି ନେଇଥିବା ଜଣା ପଡିଛି । ଏପରିକି ପଦ୍ମାବତୀକୁ U/A ସାର୍ଟିଫିକେଟ ଦେବାକୁ ମଧ୍ୟ ସେନସର ବୋର୍ଡ ରାଜି ହୋଇଛି । ସୁତ୍ରରୁ ଜଣାପଡିଛି ଯେ, ପଦ୍ମାବତୀ ଫିଲ୍ମ ‘ପଦ୍ମାବତ’ନାଁରେ ରିଲିଜ ହେବ ।

ପୂର୍ବରୁ ଏହି ଫିଲ୍ମ ଡିସେମ୍ବର ୧୨ ତାରିଖରେ ରିଲିଜ ହେବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ କରନୀ ସେନା ଓ କିଛି ରାଜନୈତିକ ଦଳ ସେତେବେଳେ ଫିଲ୍ମର କାହାଣୀକୁ ନେଇ ଆପତ୍ତି ଉଠାଇଥିଲେ । କାରଣ ଫିଲ୍ମଟି ଚିତୋଡଗଡର ରାଣୀ ପଦ୍ମିନୀଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଥିଲା । କିନ୍ତୁ ଫିଲ୍ମରେ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ ଭାବରେ ଦର୍ଶାଯାଇଥିବାରୁ ଏହାକୁ ଜୋରଦାର ବିରୋଧ କରିଥିଲା କରନୀ ସେନା । ଏପରିକି ଏହି ଫିଲ୍ମର ନିର୍ଦ୍ଦେଶକ ଭଂସାଲୀ ଓ ପଦ୍ମାବତୀ ଭୂମିକାରେ ଅଭିନୟ କରୁଥିବା ଦୀପିକାଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ ବିଭିନ୍ନ ସଂଗଠନ ।
ଫିଲ୍ମକୁ ଜୋରଦାର ବିରୋଧ କରାଯିବା ପରେ ଏହାର ରିଲିଜ ତାରିଖକୁ ଅନିଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲ । ଏପରିକି ପୁଣିଥରେ ସେନସର ବୋର୍ଡ ନିକଟକୁ ଯାଇଥିଲା ଫିଲ୍ମ ପଦ୍ମାବତୀ । ତେବେ ସେନସର ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଫିଲ୍ମର ନାମ ଓ ଘୁମର ଗୀତରେ କିଛି ପରିବର୍ତ୍ତନ କରିବାକୁ ଭଂସାଲୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଗାମୀ ବର୍ଷରେ ଏହି ଫିଲ୍ମ ରିଲିଜ ହେବ ବୋଲି ଜଣାପଡିଛି ।