ବଲାଙ୍ଗୀରରେ ପବନହଂସ ! ହେଲିକପ୍ଟର ଯୋଗେ ଗୁରୁତର ଯବାନଙ୍କୁ କରାଯିବ ବିଶାଖାପାଟଣା ସ୍ଥାନାନ୍ତର

43

କନକ ବ୍ୟୁରୋ : ବଲାଙ୍ଗୀରରେ ପବନହଂସ । ହେଲିକପ୍ଟର ଯୋଗେ ଗୁରୁତର ଯବାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିବା ପାଇଁ ପବନହଂସ ବଲାଙ୍ଗିରରେ ପହଂଚିଛି । ବଲାଙ୍ଗୀରର ତୁରେଇକେଲା ଅଂଚଳର ମହଖଣ୍ଡ ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଯବାନ ବି ଏହାର କଡା ଜବାବ ଦେଇଛନ୍ତି । ତେବେ ପୁଲିସ- ମାଓବାଦୀ ଗୁଳି ବିନିମୟରେ ଜଣେ ଏସଓଜି ଯବାନ ଆହତ ହୋଇଛନ୍ତି । ଆହତ ଯବାନ ହେଉଛନ୍ତି ଚନ୍ଦ୍ରଭାନୁ ଭୋଇ । ତାଙ୍କ ଦେହରେ ଗୁଳି ବାଜିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯିବ । ଗତକାଲି ସନ୍ଧ୍ୟାରୁ ମହଖଣ୍ଡ ଜଙ୍ଗଲରେ ମାଓବାଦୀ ଲୁଚିରହିଥିବା ପୋଲିସ ଖବର ପାଇଥିଲା । ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଓ ଏସଓଜିରେ ମିଳିତ କମ୍ବିଂ ଆରମ୍ଭ ହୋଇଥିଲା ।