ରିଓରେ ଭାରତକୁ ଆଉ ଏକ ପଦକ ମିଳିବା ନିଶ୍ଚିତ : ବ୍ୟାଡମିଂଟନ ଫାଇନାଲକୁ ଗଲେ ପି.ଭି ସିନ୍ଧୁ

26

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ଭାରତକୁ ମିଳିପାରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ । ଭାରତ ପାଇଁ ଏ ସମ୍ଭାବନା ସୃଷ୍ଟି କରିଛନ୍ତି ଇଣ୍ଡିଆନ୍ ସଟଲର ପିଭି. ସିନ୍ଧୁ । ଅଲିମ୍ପିକ୍ସ ଫାଇନାଲରେ ପହଁଚିଛନ୍ତି ସିନ୍ଧୁ । ସେମିରେ ଜାପାନ୍ ପ୍ରତିଯୋଗୀଙ୍କୁ ୨-୦ ସେଟରେ ମାତ୍ ଦେଇଛନ୍ତି ଏହି ଭାରତୀୟ ବ୍ୟାଡମିଂଟନ ତାରକା । ସେମି ଫାଇନାଲରେ ସିନ୍ଧୁ ଓ ଓକୁହାରାଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା । ପ୍ରଥମ ସେଟକୁ ୨୧-୧୯ରେ ଜିତିନେଇଥିଲେ ସିନ୍ଧୁ । ଦ୍ୱିତୀୟ ସେଟରେ ସିନ୍ଧୁଙ୍କୁ କଡା ଟକ୍କର ଦେଇଥିଲେ ଜାପାନ ପ୍ରତିଯୋଗୀ । ତେବେ ଚାମ୍ପିଅନ୍ ସିନ୍ଧୁଙ୍କ ଆଗରେ ତିଷ୍ଠି ପାରିନଥିଲେ । ସେମିରେ ବିଜୟ ସହ ଫାଇନାଲକୁ ଯାଇଛନ୍ତି ସିନ୍ଧୁ। ଫାଇନାଲରେ ସିନ୍ଧୁ ବିଜୟୀ ହେଲେ ସ୍ୱର୍ଣ୍ଣ ପଦକ ମିଳିବ ଆଉ ହାରିଲେ ମିଳିବ ରୌପ୍ୟ ପଦକ।

ସେପଟେ ମହିଳା କୁସ୍ତିରେ ବ୍ରୋଂଜ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି ହରିୟାନାର ୨୩ ବର୍ଷୀୟା ସାକ୍ଷୀ ମଲ୍ଲିକ ।