ଅଲିମ୍ପିକ୍ସ ପରାଜୟର ପ୍ରତିଶୋଧ ନେଲେ ସିନ୍ଧୁ ! ମାରିନଙ୍କୁ ମାତ୍ ଦେଇ ହାସଲ କଲେ ଇଣ୍ଡିଆନ୍ ଓପନ୍ ଟାଇଟଲ୍

27

କନକ ବ୍ୟୁରୋ : ଦିଲ୍ଲୀରେ ରିଓର ପ୍ରତିଶୋଧ । ରିଓ ଅଲିମ୍ପିକ୍ସ ପରାଜୟର ପ୍ରତିଶୋଧ ନେଲେ ପି.ଭି ସିନ୍ଧୁ । ଇଣ୍ଡିଆନ୍ ଓପନ୍ ସୁପର ସିରିଜ୍ ବ୍ୟାଡ ମିଂଟନର ଫାଇନାଲ ମୁକାବିଲାରେ ସ୍ପେନର କାରୋଲିନା ମାରିନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ସିନ୍ଧୁ । ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଓପନର ଫାଇନାଲରେ ପ୍ରବେଶ କରିଥିବା ସିନ୍ଧୁ ମାରିନଙ୍କୁ ପରାସ୍ତ କରି ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି ।

ବିଶ୍ୱର ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଘରୋଇ ଦର୍ଶକଙ୍କ ଉପସ୍ଥିତି ସିନ୍ଧୁଙ୍କ ମନୋବଳକୁ ମଜବୁତ କରିଥିଲା । ଫଳରେ ମାରିନଙ୍କୁ ୨୧-୧୯ ଏବଂ ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।