ଏୟାରସେଲ ମାକ୍ସିସ ମାମଲାରେ ସିବିଆଇ ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍ ଓ ପୁଅ କାର୍ତ୍ତିଙ୍କ ନାମ ସାମିଲ

42

କନକ ବ୍ୟୁରୋ : ଦେଶରେ ବହୁଚର୍ଚ୍ଚିତ ଏୟାରସେଲ୍-ମାକ୍ସିସ୍ ମାମଲାରେ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ସାନି ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାପଡିଛି । କୋର୍ଟରେ ଯେଉଁ ମାମଲା ଦାୟର କରାଯାଇଛି ଏଥିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଓ ତାଙ୍କ ପୁଅ କାର୍ତ୍ତିଙ୍କ ନାମ ରହିଛି । ଚିଦାମ୍ବରମ୍ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ତାଙ୍କ କ୍ଷମତାର ଦୁରୁପଯୋଗ କରିଛନ୍ତି ବୋଲି ଏଥିରେ ସ୍ପଷ୍ଟ ଦର୍ଶାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବ ଚାର୍ଜସିଟରେ ଚିଦମ୍ବରମ୍ଙ୍କ ନାମ ନ ଥିଲା । ଏଥର ତାଙ୍କ ବିରୋଧରେ ଆଇପିସି ଧାରା ୧୨୦ଖ ଏବଂ ପିସି ଆଇନ ଧାରା ୭, ୧୨୧୩ (୨) ଅନୁସାରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ମାମଲାରେ ମୋଟ ୧୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଅନ୍ୟପକ୍ଷରେ ଚିଦାମ୍ବରମ୍ ଏ ନେଇ ଟ୍ଵିଟ୍ କରି କହିଛନ୍ତି, ଚାର୍ଜସିଟରେ ମୋ ବିରୋଧରେ ନିରର୍ଥକ ଅଭିଯୋଗ ଅଣାଯାଇଛି । ସିବିଆଇ ଉପରେ ଚାପ ପ୍ରୟୋଗ କରାଯାଇ ଏଭଳି ଚାର୍ଜସିଟ୍ ହୋଇଛି । ତେବେ ମାମଲା ବର୍ତ୍ତମାନ କୋର୍ଟଙ୍କ ନିକଟରେ ରହିଛି । କୋର୍ଟରେ ଏ ନେଇ ବିଚାର କରାଯିବ । ଉଲ୍ଲେଖଯୋଗ୍ୟ, ୨୦୦୬ରେ ଚିଦାମ୍ବରମ୍ ଦେଶର ଅର୍ଥମନ୍ତ୍ରୀ ଥିଲା ବେଳେ ତାଙ୍କ ପୁଅ କାର୍ତ୍ତି ଏୟାରସେଲ୍-ମାକ୍ସିସ୍ ଚୁକ୍ତି ନିମନ୍ତେ ଏଫ୍ଆଇପିବି (ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ) ନିକଟରୁ ମଞ୍ଜୁରି ହାସଲ କରିଥିଲେ । ଅନ୍ୟପକ୍ଷରେ ଏହି ଚୁକ୍ତି ପାଇଁ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟିର ମଞ୍ଜୁରି ଆବଶ୍ୟକ ଥିଲା ବେଳେ ଚିଦାମ୍ବରମ୍ ଏହାକୁ ଏଡ଼ାଇ ଦେଇଥିଲେ ।

ତେବେ ବାରମ୍ବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେ ଗୋଟିଏ ପରେ ଗୋଟିଏ ଦୁର୍ନିତିରେ ନିଜକୁ ସାମିଲ କରିଥିବା ବେଳେ ସିିବିଆଇ ହାତରେ ଧରା ପଡୁଛନ୍ତି । ତେବେ ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଶାସନ କରୁଥିବା ସରକାର ଜାଣିଶୁଣି ସିବିଆଇକୁ ମାମଲା ରୁଜୁ କରିବା ପାଇଁ କହୁଛନ୍ତି । ସେପଟେ ଏପରି ମନ୍ତବ୍ୟରୁ ଦୂରେଇ ରହିବା ସହ ଯେଉଁମାନେ ଦେଶର ରଙ୍କକ୍ସରଳବ ନିଜର ଲାଭ ପାଇଁ ଖର୍ଚ୍ଚ କରିଛନ୍ତି । ସେମାନଙ୍କୁ କୈାଣସି ପରିସ୍ଥିତିରେ କ୍ଷମା କରାଯିବ ନାହିଁ ଏବଂ ବିଜେପି ସରକାର ସିବିଆଇ କୁ କୈାଣସି ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି । ସିବିଆଇର କାମରେ କୈାଣସି ବ୍ୟକ୍ତି ହସ୍ତକ୍ଷେପ କରୁନାହାନ୍ତି ତେଣୁ ଏପରି ଅଯଥା ମନ୍ତବ୍ୟ ନଦେବାପାଇଁ ବିରୋଧୀମାନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।