୭୪ ତମ ଜନ୍ମଦିନ ଜେଲରେ କାଟିବେ ଚିଦାମ୍ବରମ । ଆତ୍ମୀୟସୋଜନ ନୁହେଁ ବରଂ ବନ୍ଦୀରେ ହେବ ଜନ୍ମଦିନ

113

କନକ ବ୍ୟୁରୋ : ଜେଲ କଠୋରୀରେ କଟିବ ଜନ୍ମଦିନ । ଏ କୌଣସି ସାଧାରଣ ଲୋକଙ୍କର କଥା ହୋଇଥିଲେ ତାହା ଚର୍ଚ୍ଚା ପରିସର ଭୁକ୍ତ ହୋଇନଥାନ୍ତା କିନ୍ତୁ ଜେଲରେ ଜଣେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜନ୍ମଦିନ କଟିବ , ତେଣୁ ଏହାକୁ ନେଇ ଚାଲିଛି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ଆଜି ଜନ୍ମଦିନ । ତେବେ ସବୁଥର ପରି ଚଳିତଥର ସେ ନିଜ ପରିଜନଙ୍କ ସହ ଜନ୍ମଦିନ ପାଳନ କରିପାରିବେ ନାହିଁ । ଏକାଏକା ଜେଲ କଠୋରୀ ମଧ୍ୟରେ ହିଁ ନିଜର ଜନ୍ମଦିନକୁ ପାଳନ କରିବେ ପୂର୍ବତନ ଅର୍ଥମନ୍ତ୍ରୀ ।

english.newstracklive.com

* ଜେଲରେ କଟିବ ବର୍ଷିୟାନ ନେତାଙ୍କ ଜନ୍ମଦିନ
* ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦାମ୍ବରମ
* ୧୪ ଦିନିଆ ବିଚାର-ବିଭାଗୀୟ ହାଜତରେ ପୂର୍ବତନ ଅର୍ଥମନ୍ତ୍ରୀ
* ଆଇଏନଏକ୍ସ ମାମଲାରେ ଜେଲରେ ଅଛନ୍ତି ଚିଦାମ୍ବରମ

ଆଇଏନଏକ୍ସ ମିଡିଆ ମନି ଲଡ୍ରିଂ ମାମଲାରେ ତିହାର ଜେଲରେ ଅଛନ୍ତି ଚିଦାମ୍ବରମ । ଆସନ୍ତା ୧୯ ପର୍ଯ୍ୟନ୍ତ ସେ ଜେଲରେ ରହିବେ ବୋଲି ଜଣାପଡିଛି । ୧୪ ଦିନ ପାଇଁ କୋର୍ଟ ତାଙ୍କୁ ବିଚାରବିଭାଗୀୟ ଜେଲକୁ ପଠାଇଛନ୍ତି । ତେବେ କୋର୍ଟରେ ତାଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା । କେବଳ ଏତିକି ନୁହେଁ ଜାମିନରେ ବିଫଳ ହେବାରୁ ଇଡି ପାଖରେ ନିଜକୁ ଆତ୍ମସମର୍ପଣ କରିବା ସହ ଗିରଫ କରିବା ପାଇଁ ତାଙ୍କ ଓକିଲମାନେ ଅଫର ଦେଇଥିଲେ । କିନ୍ତୁ ଏହାକୁ ଖାରଜ କରିଥିଲେ କୋର୍ଟ ଓ କହିଥିଲେ ଯେ, ବର୍ତମାନ ସମୟରେ ଇଡି ପକ୍ଷରୁ କୌଣସି ଚାର୍ଜସିଟ ଓ କିମ୍ବା ଅଭିଯୋଗ ପତ୍ର କୋର୍ଟରେ ଦାଖଲ ହୋଇନାହିଁ ।

ଏହାସହ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଇଡି ଚିଦାମ୍ବରମଙ୍କୁ ରିମାଣ୍ଡରେ ମଧ୍ୟ ନେବାକୁ ଚାହିଁନାହିଁ । କିନ୍ତୁ ପରେ ରିମାଣ୍ଡରେ ଇଡି ଚିଦାମ୍ବରମଙ୍କୁ ନେଇପାରେ ବୋଲି ସୂଚନା ରହିଛି । ଏହାସହ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ, ଆମେ ଇଡିକୁ ରିମାଣ୍ଡରେ ଚିଦାମ୍ବରମଙ୍କୁ ନେବା ପାଇଁ ଆଦେଶ ଦେଇପାରିବୁ ନାହିଁ । ଚିଦାମ୍ବରମଙ୍କ ଶୁଣାଣି ଆସନ୍ତା ୧୯ ଓ ୨୩ ହେବ । ସେପଟେ ଚିଦାମ୍ବରମଙ୍କୁ ହାଇକୋର୍ଟରୁ ଏହି ମାମଲାରେ ନିଶ୍ଚିତ ଭାବରେ ଜାମିନ ମିଳିବ ବୋଲି ତାଙ୍କ ଓକିଲମାନେ ଦୃଢ ଆଶାବାଦୀ ଅଛନ୍ତି । ଏପଟେ ଜନ୍ମଜିନ ଅବସରରେ କାର୍ତି ଚିଦାମ୍ବରମ ବାପାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି ଓ ସେହି ପତ୍ରରେ ବିଜେପି ଓ ମୋଦୀଙ୍କୁ ସମାଲୋଚନା କରିଛନ୍ତି ।