ସିବିଆଇ ହେପାଜତରେ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ । ଦିଲ୍ଲୀ ସ୍ଥିତ ବାସଭବନରୁ ଚିଦାମ୍ବରମଙ୍କୁ ଉଠାଇନେଲା ସିବିଆଇ ।

242

କନକ ବ୍ୟୁରୋ : ପି.ଚିଦାମ୍ବରମଙ୍କୁ ଉଠାଇ ନେଲା ସିବିଆଇ । ଚିଦାମ୍ବରମଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ହେପାଜତରେ ନେଇଛି ସିବିଆଇ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସିବିଆଇ ଜେପାଜତକୁ ନେଇଥିବା ଜଣାପଡିଛି । ଯେକୌଣସି ମୁହୂର୍ତରେ କଂଗ୍ରେସର ଏହି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ତାଙ୍କୁ ଜେପାଜତକୁ ନେଇଛି ସିବିଆଇ ।

ଆଇଏନ୍ଏକ୍ସ ମିଡିଆ ଲାଂଚ ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ, ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ନୋଟିସ ପରେ ଚିଦାମ୍ବରମ ଆଉ, ଦେଶ ବାହାରକୁ ଯାଇପାରିବେ ନାହିଁ । ଏପରିକି ଏହି ନୋଟିସ୍ ବଳରେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରିବ ବୋଲି କୁହାଯାଉଥିଲା । ସେପଟେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ୍ । ତେବେ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।