କେନ୍ଦ୍ରକୁ ଟାର୍ଗେଟ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ : କହିଲେ, ବିମୁଦ୍ରାକରଣ ନିଷ୍ପତି ଅପରିଣାମଦର୍ଶୀ

22

କନକ ବ୍ୟୁରୋ : ବିମୁଦ୍ରାକରଣ ନିଷ୍ପତିକୁ ଆଜି କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ । ସେ କହିଛନ୍ତି ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତି ଯୋଗୁଁ ମାସେ ପରେ ବି ସ୍ଥିତି ଜଟିଳ ରହିଛି । ଏହା ଦେଶର ବଡ ଘୋଟାଲା, ବୋଲି କହିଛନ୍ତି ଚିଦାମ୍ବରମ୍ । ସାଧାରଣ ଲୋକ ଟଙ୍କା ପାଇଁ ଲାଇନ ଲଗାଉଥିବା ବେଳେ କୋଟି କୋଟି ଟଙ୍କାର ୨ ହଜାର ଟଙ୍କାର ନୂଆ ନୋଟ୍ କିପରି ଲୋକଙ୍କ ହାତକୁ ଯାଉଛି, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।

ଏହାକୁ ଆୟକର ବିଭାଗ ନୁହେଁ ଫୌଜଦାରୀ ମାମଲା ଦାୟର କରି ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସପ୍ତାହକୁ ୨୪ ହଜାର ଟଙ୍କା ଉଠାଣ ବ୍ୟବସ୍ଥା ଥିଲେ ବି ବ୍ୟାଙ୍କରେ ଟଙ୍କା ନାହିଁ । ସରକାର ଏହାକୁ ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚିଦାମ୍ବରମ ।