ଆଜି ସରୁଛି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ରିମାଣ୍ଡ ଅବଧି । ଆଇଏନ୍ଏକ୍ସ ମିଡ଼ିଅ।। ଦୁର୍ନୀତି ମାମଲାରେ ପୁଣି ସିବିଆଇ କୋର୍ଟରେ ହାଜର ହେବେ ଚିଦାମ୍ବରମ୍

98

କନକ ବ୍ୟୁରୋ : ଆଇଏନ୍ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଆଜି ପୁଣି ଥରେ ସିବିଆଇ କୋର୍ଟରେ ହାଜର ହେବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ୫ ଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ, ଚିଦାମ୍ବରମଙ୍କୁ ଆଜି ଦିଲ୍ଲୀର ରାଉଜ୍ ଏଭେନ୍ୟୁ ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହାଜର କରିବ । ସେହିପରି ଗିରଫଦାରୀରୁ ସୁରକ୍ଷା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ମଧ୍ୟ ଆଜି ଶୁଣାଣି ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ନିଜ ପଦବୀର ଦୁରୁପ ଯୋଗକରି ଆଇଏନଏକ୍ସ ମିଡିଆକୁ ଅନୁକମ୍ପା ଦେଖାଇ ଥିବା ନେଇ ଚିଦାମ୍ବରମଙ୍କ ନାଁରେ ଅଭିଯୋଗ ରହିଛି ।

english.newstracklive.com

ପୁଅର ବ୍ୟବସାୟ ବୃଦ୍ଧି ପାଇଁ ସେ ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଏହି ଅନୁକମ୍ପା ଦେଖାଇଥିଲେ ବୋଲି ସିବିଆଇ ତାର ମାମଲାରେ ଉଲ୍ଲେଖ କରିଛି । ହେଲେ ସିବିଆଇ ପ୍ରଶ୍ନୋତରରେ ଇନ୍ଦ୍ରାଣୀ କିମ୍ବା ତାଙ୍କ ସ୍ୱାମୀ ପିଟରଙ୍କୁ ଜାଣିନଥିବା କହିଥିଲେ ପି. ଚିଦାମ୍ବରମ୍ । ଦୁହିଁଙ୍କୁ କେବେ ଭେଟିନଥିଲେ କିମ୍ବା ପୁଅର ବ୍ୟବସାୟରେ କେବେ ଦଖଲ ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଦେଇଥିଲେ  ।