ଏୟାରସେଲ-ମ୍ୟାକ୍ସିସ ମାମଲାରେ ଚିଦାମ୍ବରମଙ୍କୁ ଆଗୁଆ ଜାମିନ : ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ବେଲ୍, ଦିଲ୍ଲୀ ସ୍ପେଶାଲ କୋର୍ଟ କଲେ ମଞ୍ଜୁର

252

କନକ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଏୟାରସେଲ-ମ୍ୟାକ୍ସିସ ଦୁର୍ନୀତି ମାମଲାରେ ମିଳିଲା ଆଗୁଆ ଜାମିନ । ଦିଲ୍ଲୀ କୋର୍ଟ ଦେଲେ ଜାମିନ । ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ଜାମିନ ଦେଇଛନ୍ତି କୋର୍ଟ । ତେବେ ଯାଂଚରେ ସହଯୋଗ କରିବାକୁ ପାଇଁ ଉଭୟ ଚିଦାମ୍ବରମ ଓ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାମିନ ମିଳିବା ପରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଟ୍ୱିଟ କରି ଲେଖିଛନ୍ତି, ଆଗକୁ ଆମ ଆଉ କିଛି କେସ୍ ବି ଜତିବୁ । ତେବେ ଏହାପୂର୍ବରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପି.ଚିଦାମ୍ବରମ ଓ ତାଙ୍କ ପୁଅଙ୍କ ଆଗୁଆ ଜାମିନ୍ ଶୁଣାଣି ଆଦେଶକୁ ଟାଳିବାକୁ ଅନୁରୋଧ କରିଥିଲେ । ଯାହାକୁ ଖାରଜ କରିଦେଇଥିଲେ କୋର୍ଟ ।

ସେପଟେ ଆଜି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଉଛନ୍ତି ନାଁ ପୁଣି ରିମାଣ୍ଡରେ ପଠାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଆଇଏନଏକ୍ସ ମିଡିଆ ମାମଲାରେ ଗତ ୨୧ ତାରିଖରେ ଚିଦାମ୍ବରମଙ୍କୁ ଗିରଫ କରିିଥିଲା ସିବିଆଇ । ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ ।