ଗୋଟିଏ ସମୟରେ ବିକ୍ରି କରୁଥିଲେ ସିମ୍ ! ଏବେ ମାତ୍ର ୨୨ ବର୍ଷ ବୟସରେ ହେଲେ କୋଟିପତି ।

26

ଓୟୋ ରୁମର ସଂସ୍ଥାପକ ୨୩ ବର୍ଷୀୟ ରିତେଶ ଅଗ୍ରୱାଲ ଚୀନରେ ନିଜର ଏକ ବଡ ପରିଚୟ ବନାଇବାକୁ ଯାଉଛନ୍ତି । ୬.୫ ଲକ୍ଷ କୋଟି ଟଙ୍କା ନିବେଶ ଫଣ୍ଡର ମାଲିକ ମାସାୟୋରୀ ସୋନ ଚୀନରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଅଗ୍ରୱାଲଙ୍କୁ ସାହାଯ୍ୟ କରିଥିଲେ । ଯାହା ଫଳରେ ରିତେଶ ଏକ ସଫଳ ବ୍ୟବସାୟୀ ଭାବରେ ସାରା ବିଶ୍ୱରେ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି ।

ରିତେଶ ଅଗ୍ରୱାଲ ସଫଳତାର ଏପରି ଏକ ଉଦାହରଣ ପାଲଟିଛନ୍ତି, ଯାହା ପ୍ରମାଣ କରିଦେଉଛି ଉପରକୁ ଉଠିବା ପାଇଁ ଔପଚାରିକ ଶିକ୍ଷା ହିଁ ସବୁକିଛି ନୁହେଁ । କିଛି ବର୍ଷ ପୂର୍ବରୁ ରିତେଶ ଓଡିଶାର ଏକ ଛୋଟ ସହରରେ ସିମ କାର୍ଡ ବିକ୍ରି କରୁଥିଲେ । କିନ୍ତୁ ଆଜି ଦୁନିଆର ସବୁଠାରୁ ବଡ ସପ୍ଟବ୍ୟାଙ୍କ ନିବେଶକ ମାସାୟୋଶୀ ସୋନ ଚୀନରେ ଓୟୋ ରୁମରେ ଏଣ୍ଟ୍ରି କରିବା ସହିତ ଏହାର ପାର୍ଟନର ମଧ୍ୟ ହେବାକୁ ଚାହୁଁଛନ୍ତି । ଅଗ୍ରୱାଲ ସ୍କୁଲ ପାଠପଢା ପୁରା କରିବା ପରେ ଚୀନରେ ତାଙ୍କର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ଅଗ୍ରୱାଲ ତାଙ୍କର ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଧିରେ ଧିରେ ଆଗକୁ ବଢିବାରେ ଲାଗିଲେ । ଯାହାର ଫଳ ସ୍ୱରୁପ ଆଜି ସାରା ଦୁନିଆ ସେ ବେଶ ପରିଚିତ ହୋଇପାରିଛନ୍ତି ।