ମେକ୍ ଇନ୍ ଓଡିଶା କନକ୍ଲେଭରେ ‘ଓୟୋ’ର ବଡ ଘୋଷଣା ! ୨୦୧୯ ସୁଦ୍ଧା ଓଡିଶାରେ ‘ଓୟୋ’ ହୋଟେଲ ସଂଖ୍ୟା ୪ଶହରେ ପହଞ୍ଚିବ ।

ଓୟୋ ହୋଟେଲସ୍ ପକ୍ଷରୁ ଆଜି ଓଡ଼ିଶା ପାଇଁ ଏହାର ସମ୍ପ୍ରସାରଣ ଯୋଜନା ଘୋଷଣା କରାଯାଇଛି।

176

ଦକ୍ଷିଣ ଏସିଆର ସର୍ବବୃହତ ଓ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ହୋଟେଲ୍ ଶୃଙ୍ଖଳା, ହୋମ୍ସ ଓ ଗୁଣାତ୍ମକ ଜୀବନଯାପନର ସ୍ଥାନ, ଓୟୋ ହୋଟେଲସ୍ ପକ୍ଷରୁ ଆଜି ଓଡ଼ିଶା ପାଇଁ ଏହାର ସମ୍ପ୍ରସାରଣ ଯୋଜନା ଘୋଷଣା କରାଯାଇଛି। ଏକ ବର୍ଷ ଭିତରେ ଏହି ହୋଟେଲ୍ ଶୃଙ୍ଖଳା ରାଜ୍ୟରେ ଏହାର ଉପସ୍ଥିତିକୁ ବଢ଼ାଇ ଏହାର ମୋଟ ହୋଟେଲ୍ ସଂଖ୍ୟା ବର୍ତମାନର ୧୯୦ ରୁ ବଢ଼ାଇ ୪୦୦ କରିଦିଆଯାଇଛି ଏବଂ ୬୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ବର୍ତ୍ତମାନ, ଓୟୋ ହୋଟେଲସ ଓଡ଼ିଶାରେ ବହୁତ ଭଲ ଉପସ୍ଥିତି ରହିଛି ଓ ଏହାର ହୋଟେଲ୍ଗୁଡ଼ିକ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ଝାରସୁଗୁଡ଼ା ଆଦିରେ ରହିଛି। ଭୁବନେଶ୍ୱରରେ ହେବାକୁ ଥିବା ୨୦୧୮ ପୁରୁଷ ବିଶ୍ୱକପ୍ ହକି ପୂର୍ବରୁ ଏହା ଓଡ଼ିଶା ପର‌୍ୟ୍ୟଟନ ବିକାଶ ନିଗମ (ଓଟିଡିସି) ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛି। ଏହି ଏମଓୟୁ ହେଉଛି ଓଡ଼ିଶା ପ୍ରତି ଓୟୋର ରହିଥିବା ପ୍ରତିଶ୍ରୁତିବଦ୍ଧତାର ପ୍ରତିଫଳନ । ଯେଉଁଥିରେ ଏହା ବିଶ୍ୱକପ୍ ସମୟରେ ସାରା ଦୁନିଆରୁ ଆସିବାକୁ ଥିବା ପରିଦର୍ଶନକାରୀଙ୍କୁ ଅଧିକ ହୋଟେଲ୍ ଓ ରହଣୀ ସୁବିଧା ପ୍ରଦାନ କରିବ। ଯୋଜନା ବିଷୟରେ ବର୍ଣ୍ଣନା କରି ରିତେଶ ଅଗ୍ରୱାଲ୍, ପ୍ରତିଷ୍ଠାତା ଓ ସିଇଓ-ଓୟୋ କହିଛନ୍ତି ଯେ, ୨୦୧୫ ଅଗଷ୍ଟରେ ଓଡ଼ିଶାରେ ଉନ୍ମୋଚନ ହେବା ପରଠାରୁ ଆମେ କ୍ଷୁଦ୍ର ଓ ସ୍ୱାଧୀନ ହୋଟେଲ୍ ମାଲିକଙ୍କ ସହ ଯୋଡ଼ି ହୋଇଛୁ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ଆମର ସୁବିଧାସୁଯୋଗ ଓ ଅତିଥି ଅନୁଭୂତି ବଢ଼ାଇବାରେ ଥିବା ଅଭିଜ୍ଞତାକୁ ବ୍ୟବହାର କରିଛୁ ଯଦ୍ୱାରା ସେମାନେ ଉନ୍ନତ ଆତିଥେୟତା ପ୍ରଦାନକାରୀ ସଂସ୍ଥା ହୋଇପାରିଛନ୍ତି । ଭବିଷ୍ୟତରେ ଆମେ ଏହି ସହଯୋଗିତାକୁ ଆହୁରି ସୁଦୃଢ଼ କରିବୁ, ଓଡ଼ିଶା ଓ ଏହାର ଲୋକମାନଙ୍କ ସାମଗ୍ରିକ ସମାଜିକ-ଅର୍ଥନୈତିକ ବିକାଶ ବଢ଼ାଇବୁ ଓ ଆମେ ଏହାକୁ ଏକ ପ୍ରଗତିଶୀଳ ପଦକ୍ଷେପ ଭାବେ ବିଚାର କରୁଛୁ।