ହୋଟେଲରେ ଚେକ୍-ଇନ୍ କରୁ କରୁ ସରକାରଙ୍କ ପାଖକୁ ଚାଲିଯିବ ଆପଣଙ୍କ ତଥ୍ୟ, ନୂଆ ବ୍ୟବସ୍ଥା ଯୋଗୁଁ ବିବାଦରେ OYO

281

ନୂଆ ପରିବର୍ତ୍ତନ ପରେ ଓୟୋ ମାଧ୍ୟମରେ ହୋଟେଲରେ ରୁମ୍ ବୁକ୍ କରିଥିବା ଲୋକଙ୍କ ରିଅଲ ଟାଇମ୍ ଡାଟା ସରକାରଙ୍କ ପାଖକୁ ଚାଲିଯିବ । ଏହି ଡାଟା ଡିଜିଟାଲ ଆରାଇଭାଲ ଓ ଡିପାର୍ଚର ରେଜିଷ୍ଟର ମାଧ୍ୟମରେ ଯିବ । ସୂଚନା ମୁତାବକ, ଯେବେ କେହି ଓୟୋ ହୋଟେଲରେ ଚେକ୍ ଇନ୍ କରିବେ, ତାଙ୍କର ସୂଚନା ସରକାରଙ୍କ ପାଖକୁ ଚାଲିଯିବ । ସେଇଠି ଯେତେବେଳେ ଚେକ୍ ଆଉଟ୍ କରିବେ, ତେବେ ବି ଏହାର ସୂଚନା ସରକାରଙ୍କ ପାଖକୁ ଚାଲିଯିବ ।

ଆଇନ ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଗୋପନୀୟତାର ପ୍ରମୁଖ ଚିନ୍ତା ଥିଲା ଓ ଏହାର କାର୍ଯ୍ୟାନ୍ୱୟନ ସନ୍ଦିଗ୍ଧ ହୋଇପାରେ । କାହିଁକିନା ଭାରତରେ ଗୋପନୀୟତା ଆଇନର କୌଣସି ବୈଧାନିକ ଢ଼ାଂଚା ନାହିଁ । ଓୟୋ ତରଫରୁ କୁହାଯାଇଛି କି, “ଡିଜିଟାଲ ରେଜିଷ୍ଟର ସହିତ ଆମର ଟାର୍ଗେଟ ମଜବୁତ୍ ଡାଟା ସୁରକ୍ଷା ସୃଷ୍ଟି କରିବା ।” ସୋସିଆଲ ମିଡିଆରେ ଲୋକେ କହୁଛନ୍ତି କି, ଓୟୋ ରୁମରେ ରହିବା ପୂର୍ବରୁ ୨ଥର ଭାବିବାକୁ ପଡିବ ।

ସରକାରୀ ଏଜେନ୍ସି ସାଧାରଣତଃ ଜରୁରୀ ଆଦେଶ ପ୍ରାପ୍ତ କରିବା ପରେ ହୋଟେଲରୁ ଡାଟା ମାଗୁଛନ୍ତି । ଓୟୋ ମାମଲାରେ ସରକାରୀ ସର୍ଭରରେ ଏହି ପ୍ରକାରର ଡାଟା ଉପରେ ପ୍ରଶ୍ନ କରାଯାଉଛି । ବିଶେଷ କରି ପର୍ଯ୍ୟାପ୍ତ ଆଇନ ବ୍ୟବସ୍ଥାର ଅଭାବ ଯୋଗୁଁ । ଓୟୋ ଭାରତର ସବୁଠାରୁ ବଡ ହୋଟେଲ ଅପରେଟର, ଯେଉଁଥିରେ ୧୨୫,୦୦୦ରୁ ଅଧିକ ରୁମ୍ ଅଛି । ଏହା ଦେଶର ତୃତୀୟ ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଓ ଚୀନରେ ଏହାର ବହୁଳ ବ୍ୟବହାର ।