ଅକ୍ସଫୋର୍ଡ ଅଭିଧାନରେ ‘ଆଧାର’ ଶବ୍ଦ ! ୨୦୧୭ର ଲୋକପ୍ରିୟ ହିନ୍ଦୀ ଶବ୍ଦ ଭାବେ ହେଲା ସ୍ଥାନିତ

56

ଅକ୍ସଫୋର୍ଡ ଅଭିଧାନ ଇଂରାଜୀ ଶବ୍ଦ ପରି ପ୍ରଥମ ଥର ‘ବର୍ଷର ହିନ୍ଦୀ ଶବ୍ଦ’ ର ମଧ୍ୟ ଘୋଷଣା କରିଛି । ‘ଆଧାର’କୁ ବର୍ଷ ୨୦୧୭ର ହିନ୍ଦୀ ଭାବେ ବଛା ଯାଇଛି । ‘ଆଧାର କାର୍ଡ’ ର ଏହି ଶବ୍ଦକୁ ବହୁତ ଲୋକପ୍ରିୟ ମିଳିଛି । ଏହା ଗତ ବର୍ଷ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି । ଅନୁମାନ କରାଯାଉଉଛି କି ୨୦୧୮ରେ ମଧ୍ୟ ଆଧାର ଶବ୍ଦଟି ଚର୍ଚ୍ଚାରେ ରହିବ । ଜୟପୁର ଲିଟରେଚର ଫେଷ୍ଟିଭାଲ୍ ସମୟରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ଆଧାର ସହ ନୋଟବନ୍ଦୀ , ସ୍ୱଚ୍ଛ , ବିକାଶ , ଯୋଗ ଏବଂ ବାହୁବଳୀ ଭଳି ଶବ୍ଦ ଉପରେ ବିଚାର କରାଯାଇଛିି । ଅକ୍ସଫୋର୍ଡ ତରଫରୁ କୁହାଯାଇଛିି କି ‘ବର୍ଷ ର ହିନ୍ଦୀ ଶବ୍ଦ ’ ଏକ ଏମିତି ଅଭିବ୍ୟକ୍ତି ଯାହା ସବୁଠୁ ବେଶୀ ଧ୍ୟାନ ଆକର୍ଷିତ କରିଛି । ହିନ୍ଦୀ ଭାଷାରେ ଆଧାର ମୌଳିକ ରୂପେ ସ୍ଥାପିତ ଶବ୍ଦ ଅଟେ । ବର୍ତ୍ତମାନ ଆଧାର କାର୍ଡ ବା ବିଶେଷ ପରିଚୟ ସଂଖ୍ୟା ରୂପେ ଏହା ନୂଆ ସନ୍ଦର୍ଭ ଗ୍ରହଣ କରିଛି । ଏହି ନୂଆ ସନ୍ଦର୍ଭରେ ଏହି ଶବ୍ଦ ଗତ ବର୍ଷ ରାଷ୍ଟ୍ରୀୟ ପରିଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲା, ଯେବେ ଆଧାର ଯୋଜନା ବିସ୍ତାର ରୂପେ ବ୍ୟାଙ୍କ ଖାତା ତଥା ଫୋନ ନମ୍ବର ସହ ଯୋଡା ହେବାକୁ ଲାଗିଲା ।

ଅନେକ ହିନ୍ଦୀ ଶବ୍ଦ ମଧ୍ୟରୁ ଗୋଟିଏର ନିର୍ବାଚନ କରୁଥିବା ସମିତିରେ ସାମିଲ୍ ଲେଖିକା ନମିତା ଗୋଖଲେ କହିଛନ୍ତି , ଏହି ଶବ୍ଦକୁ ଖୋଜିବାକୁ ହୁଏ ଯାହା ୨୦୧୭ରେ ଚର୍ଚ୍ଚିତ ଥାଏ । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକ ଶିବରାମାକୃଷ୍ଣନ ବିଙ୍କ ମୁତାବିକ୍ , ‘ଆମେ ଅତ୍ୟନ୍ତ ଖୁସିର ସହ ପ୍ରଥମେ ଅକ୍ସଫୋର୍ଡ ଡିକ୍ସନାରୀ ବର୍ଷର ହିନ୍ଦୀ ଶବ୍ଦ  ଘୋଷଣା କରୁଅଛୁ । ’

( ସୌଜନ୍ୟ- ଅମର ଉଜାଲା)