କାରଖାନାରେ ଲାଗିଗଲା ନିଆଁ ! ଦମକଳ ଗାଡ଼ି ଡ଼ାକିବାକୁ ମାଲିକ ଦୌଡ଼ିଲେ ୫ କିଲୋମିଟର

41

ଉତ୍ତରପ୍ରଦେଶର ଶାହଜହାନପୁରରେ ଏକ ଗନ୍ଧକ କାରଖାନାରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ନିଆଁ ଲାଗିବା ସମୟରେ କାରଖାନା ଭିତରେ ୨୦ଜଣ ଶ୍ରମିକ କାମ କରୁଥିବା ବେଳେ ନିଆଁ ଲାଗିବା ଜାଣି ସେମାନେ ବାହାରକୁ ପଳାଇ ଯାଇଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣା ପଡ଼ିଛି । ହେଲେ କାରଖାନାର ମାଲିକ ନିଆଁ ଲାଗିବା ଜାଣି ଦମକଳ ଡ଼ାକିବା ପାଇଁ ୫ କିମି ଦୌଡ଼ିଥିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ୟ୍ୟ କରିଛି । ଅଗ୍ନିଶମ ବିଭାଗ ନମ୍ବର ମନେ ନ ପଡ଼ିବାରୁ ସେ ଅନ୍ୟ କିଛି ବାଟ ନ ପାଇ ଏପରି କରିଥିବା ଜଣାପଡ଼ିଛି । ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପରେ ଫ୍ୟାକ୍ଟ୍ରି ପାଖରେ ଫାୟାର ଏନଓସି ନ ଥିବା ଜଣାପଡ଼ିଛି ।

ସୂଚନା ମୁତାବକ, କାରଖାନାରେ େଓ୍ଵଲଡ଼ିଙ୍ଗ କାମ ଚାଲୁଥିବା ବେଳେ ଗନ୍ଧକ ରଖାଯାଇଥିବା ଘରେ ସର୍ଟ ସର୍କିଟ ହୋଇଥିଲା, ଯାହା ଫଳରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବିଭାଗ ଏନଓସି ବିନା କିଛି ବର୍ଷ ହେଲା ଏହି କମ୍ପାନି ଚାଲି ଆସୁଥିଲା । ନିଆଁ ଲାଗିବା ପରେ ଏତେ ବଡ଼ ଫ୍ୟାକ୍ଟ୍ରି ହୋଇ ନିଆଁ ଲିଭାଇବା ପାଇଁ କିଛି କିପରି ରଖା ଯାଇ ନଥିଲା ବୋଲି କାରଖାନା ମାଲିକଙ୍କୁ ପଚାରିବା ଆରମ୍ଭ କରିଛି ପୁଲିସ । ଏହା ସହ ଅଧିକ ସୂଚନା ପାଇଁ କାଗଜପତ୍ର ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।