ହଜାରେ କେଜି ସୁନା ସହ ଶହେ କୋଟିର ମାଲିକାଣି ଥିଲେ ଜୟଲଳିତା । କିନ୍ତୁ ମୃତ୍ୟୁ ପୂର୍ବରୁ କରିନଥିଲେ ଉଇଲ ।

52

ଇତିମଧ୍ୟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁକୁ ପୂରଛି ଏକ ବର୍ଷ । ତାଙ୍କ ମୃତ୍ୟୁ ଯେତିକି ରହସ୍ୟମୟ ଥିଲା ତାଙ୍କର ଅଚଳାଚଳ ସମ୍ପତ୍ତିକୁ ନେଇ ସେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । ଆପଣ ଜାଣିଛନ୍ତି, ଜୟଲଳିତା କେତେ ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି । ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୨୦୧୬ ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ୧୧୩ କୋଟି ଟଙ୍କାକ ସମ୍ପତ୍ତି ଥିବା ଦର୍ଶାଇଛନ୍ତି ଆମ୍ମା । ଆମ୍ମାଙ୍କର ବ୍ୟାଙ୍କରେ ୧୦କୋଟି ୬୩ଲକ୍ଷ ଟଙ୍କା ଜମାଥିବା ବେଳେ ୨୭ କୋଟି ଟଙ୍କାର ବଣ୍ଡ ଓ କମ୍ପାନୀ ସେୟାର ରହିଛି । ସେ ଦର୍ଶାଇଥିଲେ ତାଙ୍କର ୯ଟି ଗାଡି ରହିଛି ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ।

ଜୟଲଳିତାଙ୍କର ଅତି ପ୍ରିୟ ଥିଲା ସୁନା । ତାଙ୍କ ନିକଟରେ ପାଖାପାଖି ୨୧ କେଜି ସୁନା ଥିଲା ।ଏହାକୁ କର୍ଣ୍ଣାଟକ ରେଭିନ୍ୟୁ ବିଭାଗ ସିଜ କରିଥିଲା । କିନ୍ତୁ ତାଙ୍କ ପାଖରେ ହଜାରେ କିଲୋର ସୁନା ଗହଣା ଥିଲା । ଯାହାର ମୂଲ୍ୟ ୩କୋଟିରୁ ଅଧିକ ।

୨୪ ହଜାର ବର୍ଗଫୁଟରେ ନିର୍ମିତ ପୋସ ଗାର୍ଡେନରେ ରହୁଥିଲେ ଆମ୍ମା । ଯାହାର ମୂଲ୍ୟ ବହୁ କୋଟି । ତା ବ୍ୟତୀତ ତାଙ୍କ ନାଁରେ ଅନେକ ଜମି, ଫ୍ଲାଟ ରହିଛି । କିନ୍ତୁ ମରିବା ପୂର୍ବରୁ ତାଙ୍କ ସମ୍ପତ୍ତି କାହା ନାଁରେ ଉବଲ କରିନାହାନ୍ତି । ନିୟମାନୁଯାୟୀ , ଶଶୀକଳାଙ୍କର ଏହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । କେବଳ ଆମ୍ମାଙ୍କର ପୁତୁରା ଓ ଝିଆରି ଏହି ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ ।

ଏଠାରେ କହିରଖୁଛୁ , ୨୦୧୪ ସେପ୍ଟେମ୍ବର ୨୭ଦିନ ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ଆମ୍ମାଙ୍କୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଚାରିବର୍ଷ ସଜ୍ଜା ଶୁଣାଇଥିବା ସହ ଓ ଶହେ କୋଟି ଟଙ୍କା ଫାଇନ କରିଥିଲା ।