ପେଟୁଆ ଅଧିକାରୀଙ୍କୁ ମିଳିବନି ପଦୋନ୍ନତି ! ଭାରତୀୟ ସେନା ନେଲା କଡା ନିଷ୍ପତ୍ତି, ଯବାନଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତେ ରହିବେ ଫିଟ୍ ।

47

ଏଣିକି ଭାରତୀୟ ସେନାବାହିନୀରେ ଥିବା ପେଟୁଆ ଅଧିକାରୀମାନଙ୍କ ପଦୋନ୍ନତି ଅଟକିବ, ଯଦି ସେମାନେ ନିଜ ପେଟ ନ କମେଇବେ । ଏପରି ଏକ କଡା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଭାରତୀୟ ସେନା ବିଶ୍ୱର ଏକ ଶ୍ରେଷ୍ଠ ଶୃଙ୍ଖଳିତ ସେନା ହିସାବରେ ଜଣାଶୁଣା । କିନ୍ତୁ ବିଗତ କିଛି ବର୍ଷ ଧରି ଯବାନ ଓ ଅଫିସରମାନଙ୍କ ଓଜନ ବଢିଚାଲିଛି । କେତେକଙ୍କର ପେଟ ବାହାରିଯାଇଛି । ଏହାକୁ ନେଇ ସେନା ପକ୍ଷରୁ ନିୟମ କରାଯାଇଛି ଯେ ଯେଉଁ ଯବାନ କିମ୍ବା ଅଫିସର ପେଟ କମାଇବାରେ ବିଫଳ ହେବେ ସେମାନଙ୍କୁ ପଦୋନ୍ନତି ଦିଆଯିବନାହିଁ । ପ୍ରତି ଅଫିସରଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ ତାଙ୍କର ଦୁଇଟି ଫଟୋ ରହିବ, ଗୋଟିଏ ଫଟୋ ସାମନାରୁ ଉଠାଯିବ ଓ ଅନ୍ୟଟି ଗୋଟିଏ ପାର୍ଶ୍ୱରୁ ଉଠାଯିବ ।

ଏହା ଫଳରେ ତାଙ୍କର ପେଟ କେତେ ବାହାରିଛି, ସେ କେତେ ମୋଟା ହୋଇଛନ୍ତି ତାହା ଜଣାପଡିବ । ଓଜନ ନ କମିଥିଲେ, ସେ ଫିଟ ନଥିଲେ ତାଙ୍କର ପଦୋନ୍ନତିକୁ ଅଟକେଇ ଦିଆଯିବ । ଆମ ପୁଲିସ ବାହିନୀରେ ପେଟୁଆ ଅଫିସରଙ୍କ ସଂଖ୍ୟା ଅଧିକ ଥିବାବେଳେ ସେନାରେ ମଧ୍ୟ ଏପରି ହେବାକୁ ସେନା ବହୁ ଗୁରୁତ୍ୱର ସହ ନେଇଛି । କାରଣ ସେନାର ଯବାନ ଓ ଅଫିସରମାନେ ସବୁବେଳେ ଫିଟ ରହିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।