ବିଳମ୍ବରେ ଶଯ୍ୟାତ୍ୟାଗ . . . . . . ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ !

47

ଶୋଇବା କାହାକୁ ବା ଭଲ ନଲାଗେ । ଭଲରେ ଶୋଇବା ଦ୍ୱାରା ମନରେ ପୁର୍ତ୍ତି ଆସିବା ସହ ଦିନ ସାରା କାମ କାମ କରବା ପାଇଁ ଶରୀରକୁ ଶକ୍ତି ମିଳେ । କେବଳ ଏତିକି ନୁହେଁ ଭଲରେ ଶୋଇବା ଦ୍ୱାରା ମଧୁମେହ, ହୃଦରୋଗ , ମୋଟାପଣ ଆଦି ଭୟଙ୍କର ରୋଗରୁ ରକ୍ଷାମିଳେ । ଆମେ ସମସ୍ତେ ଜାଣନ୍ତି କମ ଶୋଇବା ଦ୍ୱାରା ଶରୀର ଓ ମସ୍ତିସ୍କରେ ଖରାପ ପ୍ରଭାବ ପଡ଼େ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ଶୋଇଲେ ମଧ୍ୟ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼େ । ଯଦି ଆପଣ ରାତିରେ ବିଳମ୍ବରେ ଶୋଇ ଦିନରେ ବିଳମ୍ବରେ ଉଠୁଛନ୍ତି ତେବେ ଆପଣଙ୍କ ଆଚରଣରେ ଅନେକ ପରିବର୍ତ୍ତନ ଆସିବ । ବିଳମ୍ବରେ ଉଠିବା ଦ୍ୱାରା ମୋଟାପଣ, ବିଷାଦ, ହୃଦରୋଗ ପିଠି ଯନ୍ତ୍ରଣା , ମଧୁମେହ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦେଖାଯାଏ ।

ମୋଟାପଣ – ମୋଟାପଟ ଓ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ମଧ୍ୟରେ ସମ୍ପର୍କ ରହିଛି । ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଶୋଉଛନ୍ତି ତେବେ ଆପଣଙ୍କ ଶରୀର ରେଷ୍ଟ ମୋଡ଼ରେ ଥାଏ । ଏହି ସମୟରେ ଶାରୀରିକ ଗତିବିଧି ଧୀମା ପଡ଼ିଯାଏ । ଯଦ୍ୱାରା କମ କ୍ୟାଲେରୀ ବର୍ଣ୍ଣ ହୁଏ ଓ ମୋଟାପଣ ବଢ଼େ ।

ବିଷାଦ – ଅଧିକ ସମୟ ଶୋଇବା ଦ୍ୱାରା ଶରୀରରେ ହେପାମାଇନ୍ ଓ ସେରୋଟୋନିନର ମାତ୍ରା କମ ହୋଇଯାଏ । ଏହାଦ୍ୱାରା ଆପଣଙ୍କ ମୁଡ଼୍ ବଦଳେ ଓ ଚିଡ଼ିଚିଡ଼ା ପଣ ବଢ଼େ ।

ହୃଦରୋଗ- ଅଧିକ ସମୟ ଶୋଇଲେ ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ ।

ପିଠି ଯନ୍ତ୍ରଣା- ବିଳମ୍ବ ପର୍ଯ୍ୟନ୍ତ ଶୋଇଲେ ପିଠରେ ଯନ୍ତ୍ରଣା ଅଧିକ ଅନୁଭୂତ ହୁଏ । ଶରୀରରେ ରକ୍ତ ସଂଚାଳନ ଠିକରେ ହୋଇପାରେନାହିଁ । ସେଥିପାଇଁ ଏପରି ସମସ୍ୟା ଭୋଗିବାକୁ ପଡ଼େ ।

କୋଷ୍ଠକାଠିନ୍ୟ – ଯେଉଁମାନେ ବିଳମ୍ବରେ ଉଠନ୍ତି ସେମାନେ କୋଷ୍ଠକାଠିନ୍ୟ ସମସ୍ୟା ଭୋଗନ୍ତି । ପେଟକୁ ଠିକ ରଖିବା ପାଇଁ ଶରୀର କ୍ରିୟାଶୀଳ ହେବା ଜରୁରୀ ।