ସାବଧାନ ! ଭିଟାମିନ୍-ଏ ର ଅତ୍ୟଧିକ ସେବନ ଶରୀରକୁ ପହଂଚାଇଥାଏ କ୍ଷତି । ଏହି ସମସ୍ୟାର ଆଶଙ୍କା ବଢ଼ାଇଥାଏ

61

ଭିଟାମିନ୍-ଏର ଅତ୍ୟଧିକ ସେବନ ଦ୍ୱାରା ହାଡର ଘନତ୍ୱ କମ୍ ହୋଇପାରେ, ଯଦ୍ୱାରା ହାଡ ଦୁର୍ବଳ ହେବା ସହ ତାହା ଭାଙ୍ଗିବାର ଆଶଙ୍କା ବଢ଼ିଯାଏ । ମୂଷାଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଦାବି କରାଯାଇଛି । ଅଧ୍ୟୟନରୁ ଜଣାପଡିଲା କି ମଣିଷଙ୍କ ଠାରେ ଭିଟାମିନ୍-ଏ ର ନିତିିଦିନ ଖୋରାକ ଦ୍ୱାରା ୪.୫ରୁ ୧୩ ଗୁଣ ଅଧିକ ଏବଂ ନିରନ୍ତର ସେବନ ଦ୍ୱାରା ହାଡରେ ବହୁତ ଦୁର୍ବଳତା ଆସିଯାଏ । ଅଧ୍ୟୟନରେ ଲୋକଙ୍କୁ ନିଜର ଭୋଜନରେ ଭିଟାମିନ୍-ଏ ସାମିଲ କରିବାକୁ ନେଇ ସତର୍କ ହେବାର ପରାମର୍ଶ ଦିଆଯାଇଛି ।

ଭିଟାମିନ୍ –ଏ ବିକାଶ, ଦୃଷ୍ଟି, ପ୍ରତିରୋଧକ କ୍ଷମତା ଓ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରିବା ସମେତ କେତେକ ଜୈବିକ ପ୍ରକ୍ରିୟା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଆମ ଶରୀର ଭିଟାମିନ୍-ଏ ସୃଷ୍ଟି କରିବାରେ ଅକ୍ଷମ ହୋଇଥାଏ, କିନ୍ତୁ ମାଂସ, କ୍ଷୀର ଜାତୀୟ ପଦାର୍ଥ ପନିପରିବା ଯୁକ୍ତ ସୁସ୍ଥ ଆହାର ଶରୀରର ପୋଷକ ତତ୍ୱ ସଂପର୍କିତ ଆବଶ୍ୟକତାକୁ ପୁରା କରିବା ପାଇଁ ପର୍ଯ୍ୟାପ୍ତ । ଯେଉଁ ଲୋକମାନେ ଭିଟାମିନ୍-ଏର ଅତିରିକ୍ତ ଖୋରାକ୍ ନିଅନ୍ତି, ତାଙ୍କ ହାଡକୁ କ୍ଷତି ପହଂଚିବାର ବିପଦ ବଢ଼ିଯାଏ ।