ମତଦାତାଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ! ଚମକାଇଦେଲା ୨୩ ପୂର୍ବର ଏକଜିଟ୍ ପୋଲ୍, ଦକ୍ଷିଣ ଓଡ଼ିଶାରେ ଧରାଶାୟୀ ହୋଇପାରନ୍ତି ବିରୋଧୀ?

443

କନକ ବ୍ୟୁରୋ: ୨୩ ପରୀକ୍ଷା ଫଳ ପୂର୍ବରୁ ଆସିଲା ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ । ଆଶ୍ଚର୍ଯ୍ୟ କରିଦେଲା ଦକ୍ଷିଣ ଓଡ଼ିଶାର ଏକଜିଟ୍ ପୋଲ୍ ଫଳାଫଳ । ବିଧିବଦ୍ଧ ଭାବେ ୧୯ ଯୁଦ୍ଧର ଫଳାଫଳ ଘୋଷଣା ପୂର୍ବରୁ ରାଜ୍ୟସ୍ତରୀୟ ଏହି ଏକଜିଟ୍ ପୋଲରୁ ଦକ୍ଷିଣ ଓଡ଼ିଶା ପାଇଁ ଏମିତି ଫଳାଫଳ ସାମ୍ନାକୁ ଅସିଛି ଯାହାକୁ ନେଇ ବିଜେଡି କ୍ୟାମ୍ପ ଉତ୍ସାହିତ ରହିଥିବ ।

କାରଣ ଦକ୍ଷିଣ ଓଡ଼ିଶାର ୫ ଲୋକସଭା ମଧ୍ୟରୁ ବିଜେଡି ୩ଟିରେ ବାଜିମାତ୍ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି । ସେପଟେ କଂଗ୍ରେସ ଖାତାକୁ ଗୋଟିଏ ସାଂସଦ ସିଟ୍ ପାଇପାରେ ବୋଲି ଆକଳନ କରାଯାଉଛି । ଅପରପକ୍ଷେ ବିଜେପି ଦକ୍ଷିଣ ଓଡ଼ିଶାରେ ଖାତାକୁ ଖୋଲି ପାରିବନି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ସେହିଭଳି ଗୋଟିଏ ଲୋକସଭା ଆସନରେ କଡ଼ା ଫାଇଟ୍ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ସେପଟେ ୫ଟି ଲୋକସଭା ବିଶିଷ୍ଟ ଏହି ଉତ୍ତର ଓଡ଼ିଶାରେ ମୋଟ୍ ୩୫ଟି ବିଧାନସଭା କ୍ଷେତ୍ର ରହିଛି । ଆଉ ଏହି ୩୫ଟି ବିଧାନସଭା କ୍ଷେତ୍ରରେ କିନ୍ତୁ ବିଜେଡି ବିରୋଧୀଙ୍କ ଠାରୁ ଢ଼େର ଆଗେରେ ରହିଛି । ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ ମୁତାବକ, ୩୫ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୧୫ଟି , ବିଜେପି- ୯ଟି ଏବଂ କଂଗ୍ରେସକୁ ୩ଟି ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ୨୩ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଥିବା ରାଜ୍ୟସ୍ତରୀୟ ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ ରିପୋର୍ଟ ଆଶ୍ଚର୍ଯ୍ୟ କରିଦେଇଛି । ଏହା କୌଣସି ପ୍ରକାର ବିଧିବଦ୍ଧ ଫଳାଫଳ ନହୋଇଥିଲେ ମଧ୍ୟ ଏଭଳି ଫଳାଫଳକୁ ନେଇ ଅନେକ ଦଳୀୟ ଶିବିରରେ ହଟଚମଟ ସୃଷ୍ଟି ହୋଇଛି ।