ବିଦେଶ ଗସ୍ତର ବିମାନ ଖର୍ଚ୍ଚ ! ୩ ବର୍ଷର ବିଦେଶ ଗସ୍ତ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଟାର୍ଡ ଫ୍ଲାଇଟରେ ଖର୍ଚ୍ଚ ହୋଇଛି ୨୫୫ କୋଟି ଟଙ୍କା ।

479

୩ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଡ଼ାଣରେ ଖର୍ଚ୍ଚ ହୋଇଛି ୨୫୫ କୋଟି । ଗତ ୩ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଡ଼ାଣରେ ଚାଟାର୍ଡ ବିମାନ ବାବଦକୁ ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଏଭଳି ଖର୍ଚ୍ଚ ହୋଇଥିବା ଗତ କାଲି ରାଜ୍ୟସଭାରେ କୁହାଯାଇଛି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହି ଖର୍ଚ୍ଚ ବାବଦରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୦୧୬-୧୭ ରେ ୭.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଉଡ଼ାଣ ବାବଦକୁ ଖର୍ଚ୍ଚ ୭୯.୯୧ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏଯାଏଁ ଆସିପାରିନାହିଁ। ହଟ୍ ଲାଇନ୍ ବ୍ୟବସ୍ଥା ପାଇଁ ୨ କୋଟି ୨୪ ଲକ୍ଷ ୭୫ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭-୧୮ ରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାଜ୍ୟସଭାରେ ଦିଆଯାଇଥିବା ଆକଳନ ଅନୁସାରେ, ସବୁଠାରୁ ଅଧିକ ଖର୍ଚ୍ଚ ୯ ଏପ୍ରିଲ ରୁ ୧୭ ଏପ୍ରିଲ , ୨୦୧୫ ପର୍ୟ୍ୟନ୍ତ ୯ ଦିବସୀୟ ଫ୍ରାନ୍ସ, ଜର୍ମାନୀ ଏବଂ କାନାଡା ଉପରେ ହୋଇଥିଲା । ଏହି ଯାତ୍ରା ପାଇଁ ଚାଟାର୍ଡ ଫ୍ଲାଇଟ ଉପରେ ୩୧.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।