ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ଥିତି ଖରାପ !

42

କନକ ବ୍ୟୁରୋ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ଥିତି ଖରାପ ହୋଇଛି । ଜୁନାଗଡାରେ ୧୧୨ ମିମି , ଜୟପାଟଣାରେ ୧୮୫, ଥୁଆମୁଳ ରାମପୁରରେ ୧୧୭ ଓ କଲମପୁରରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଉଦଳା କପ୍ତିପଦା ମୁଖ୍ୟ ରାସ୍ତା କଣ୍ଠାଳ ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଉଦଳା-କପ୍ତିପଦା ରାସ୍ତା ବିଚ୍ଛିନ୍ନ ହୋଇଛି ।

ନୀଳଗିରି ଶିଆଡିମାଳ ବାଙ୍କିଶୁଳ ରାସ୍ତାରେ ଥିବା ପୋଲ ଧୋଇହୋଇଯାଇଛି । ଫଳରେ ନୀଳଗିରି ବାଙ୍କିଶୁଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମୋହନା ଅଡବା ବ୍ରହ୍ମଣୀ ଗାଁ ରାସ୍ତାର ବୋଇଗୁଡା ନାଳରେ ଥିବା କଲଭର୍ଟ ଧୋଇଯିବାରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –