ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ୧୦ ଦଫା ଦାବି ନେଇ କୂଳପତିଙ୍କ ଅଫିସରେ ଧସେଇ ପଶିଲେ ଛାତ୍ରଛାତ୍ରୀ

ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମୁହାଁମୁହିଁ

184

କନକ ବ୍ୟୁରୋ: ବାଣୀବିହାର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି । ୧୦ ଦଫା ଦାବି ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ କୁଳପତିଙ୍କ ଅଫିସକୁ ଧସେଇ ପଶିଛନ୍ତି । ଫଳରେ ଶତାଧିକ ଛାତ୍ରଛାତ୍ରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଆଜିଠୁ ବିଶ୍ୱବିଦ୍ୟାଳୟ ବନ୍ଦ ଡାକରା ଦେଇଥିଲେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ବନ୍ଦ ରହିବା ସହିତ ମୁଖ୍ୟଫାଟକ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଏକ ମିଳିତ ପ୍ରେସ ବିବୃତି ଜାରି କରିଥିଲେ ।

ଛାତ୍ର ମାନଙ୍କର ୧୦ ଦଫା ଦାବି ହେଲା ରାଜା ହୋଟେଲ ନିକଟରେ ମୁଖ୍ୟ ପ୍ରବେଶ ଫାଟକ ନିର୍ମାଣ, ସମସ୍ତ ବିଭାଗର ଏକ ସମୟରେ ପରୀକ୍ଷା ଅନୁଷ୍ଠିତ କରିବା ସହିତ ୪୫ ଦିନରେ ଫଳ ପ୍ରକାଶ କରିବା ଓ ଗତ ୨ ବର୍ଷ ହେବ ପ୍ରବେଶିକା ପରୀକ୍ଷା ଫି, ହଷ୍ଟେଲ ଫି ଓ ମାଇଗ୍ରେସନ ଫି ବୃଦ୍ଧି ପାଇଥିବାରୁ ଅହେତୁକ ଫି ବୃଦ୍ଧିକୁ ନେଇ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।