ଇଣ୍ଟରଭିଉ ସମୟରେ କିପରି ପୋଷାକ ପିନ୍ଧିବା ଉଚିତ୍, ଜାଣନ୍ତୁ କିଛି ନିୟମ !

51

ବିଶେଷଜ୍ଞଙ୍କ କହିବା ଅନୁସାରେ ଆପଣ ଚାକିରୀ ପାଇଁ ଇଣ୍ଟରଭିଉ ଦେଇ ଯିବା ବେଳେ ଆପଣ ପିନ୍ଧିଥିବା ପୋଷାକର ପ୍ରଭାବ ରହିଛି । ତେଣୁ କୌଣସି ଇଣ୍ଟରଭିଉ ଯିବା ପୂର୍ବରୁ ସଠିକ ପୋଷାକ ଓ ଆଉଟଫିଟରେ ଯାଆନ୍ତୁ ।

• ଯେତେବେଳ ଇଣ୍ଟରଭିଉ ଦେବା ପାଇଁ ଯାଉଛନ୍ତି, ଧ୍ୟାନ ରଖନ୍ତୁ ଆପଣଙ୍କ ପୋଷାକ ସଫା ଅଛି କି ନାହିଁ ଏବଂ ସଠିକ ଭାବରେ ଆଇରନ ହୋଇଛି ନା ନାହିଁ । ଏହା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରାଇବ । ଯଦି ଆପଣଙ୍କ ପୋଷାକ ମଇଳା କିମ୍ବା ଲୋଚାକୋଚା ଥାଏ, ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।

• ଆପଣଙ୍କ ପୋଷୋକ ଆପଣଙ୍କ ବ୍ୟକ୍ତିତ୍ୱର ପ୍ରତିଫଳନ କରେ । ତେଣୁ ସବୁବେଳେ ଏମିତି ପୋଷାକ ପରିଧାନ କରନ୍ତୁ ଯେଉଁଥିରେ କେବଳ ଆପଣ ଯେ କେବଳ ଭଲ ଦେଖାଯିବେ ତା’ ନୁହଁ ବରଂ ଭଲ ଅନୁଭବ କରିବେ ।

• ସବୁବେଳେ ଏମିତି ଟାଇ ପିନ୍ଧନ୍ତୁ, ଯାହା ଆପଣ ସୁଟ୍ ଓ ସାର୍ଟକୁ ମାନୁଥିବ । ସୁଟ ସହ ଟାଇର ରଙ୍ଗକୁ ମଧ୍ୟ ଗରୁତ୍ୱ ଦିଅନ୍ତୁ ।

• ଏମିତି ଏକ ଆଉଟଫିଟ ପସନ୍ଦ କରନ୍ତୁ, ଯାହା କମ୍ପାନୀ କଲଚର ଏବଂ ଡ୍ରେସ କୋଡ ସହ ମ୍ୟାଚ କରୁଥିବ ।

• ଯେଉଁ ପୋଷାକରେ ଆପଣ ଆରାମ ଅନୁଭବ କରୁନାଆନ୍ତି ସେମିତି ପୋଷାକ ଓ ଜୋତା ପିନ୍ଧନ୍ତୁ ନାହିଁ ।