କଟକ ମହାନଦୀ ବସ୍ ଦୁର୍ଘଟଣା । ଆଇସିୟୁରେ ୭ ଗୁରୁତର, ସେପଟେ ଚାଲିଛି ଶବ ବ୍ୟବଚ୍ଛେଦ, ଘଟଣାର ତଦନ୍ତ କରିବ ୩ଜଣିଆ ଟିମ୍

ବତର୍ମାନ କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି

375

କନକ ବ୍ୟୁରୋ: କଟକ ମହାନଦୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ ସେଂଟ୍ରାଲ ଆଇସିୟୁରେ ୪ଜଣଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ବତର୍ମାନ କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି ।

ଏବଂ ଅନ୍ୟ ୮ଜଣ ଆହତଙ୍କୁ ସେମାନଙ୍କ ପରିବାରବର୍ଗ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ନେଇଯାଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତି କରାଯାଇଥିଲା । ସ୍ୱତନ୍ତ୍ର ଟିମ୍ କରି ରୋଗୀଙ୍କ ଚିକିତ୍ସା କରାଯାଉଛି । ସେପଟେ ମୃତ ୧୦ଜଣଙ୍କ ଶବ ବ୍ୟବଛେଦ ଚାଲିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ପଠାଇବାର ବ୍ୟବସ୍ଥା କରାଯାଇଛି ।  ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ।

ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଆସୁଥିବା ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍ ମହାନଦୀ ପୋଲ ତଳକୁ ଖସିପଡିଥିଲା । ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇ ବସଟି ପୋଲର ବାଡା ଭାଙ୍ଗି ପ୍ରାୟ ୩୦ଫୁଟ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମହାନଦୀ ମଝିରେ ବସ୍ ପଡିଥିବାବେଳେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ  ଶିଖରପୁର ପଟୁ ୪ଟି ବୋଟରେ ଉଦ୍ଧାରକାରୀ ଦଳ ମହାନଦୀ ଭିତରକୁ ଯିବା ସହ କିଛି ବାଟ ବାଲିରେ ଚାଲି ଚାଲି ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ଓଡ୍ରାଫ୍ ଟିମ୍, ଅଗ୍ନିଶମ ବିଭାଗ,ସ୍ଥାନୀୟ ପୋଲିସ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।  ୧୯୯୮ ନଭେମ୍ବର ୫ରେ କେନ୍ଦ୍ରାପଡା ଜିଲ୍ଲା କୋର୍ରୁଅରୁ କଟକ ଆସୁଥିବା କନକ ଦୁର୍ଗା ବସ୍ ମହାନଦୀ ପୋଲରୁ ତଳକୁ ଖସି ପଡିବାରୁ ୪୭ଜଣଙ୍କର ମୃତ୍ୟୁ ହୋଇଥିଲା ।