ଦୁର୍ଘଟଣାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣା : ଶିରିପୁର ଛକରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

33

କନକ ବ୍ୟୁରୋ : ଦୁର୍ଘଟଣାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ଶିରିପୁର ଛକରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଛନ୍ତି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ ସହ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏହି ରାସ୍ତାରୋକ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି ।

ଶନିବାର ରାତିରେ ଶିରିପୁର ଫାୟାର ଷ୍ଟେସନ ନିକଟରେ ଏକ ଦୁର୍ଘଟଣାରେ ଓୟୁଏଟିର ଏମସିଏ ଛାତ୍ରୀ ସୂଚିସ୍ମିତା ବିଶ୍ୱାଳଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ରୀ ପ୍ରଜ୍ଞା ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ତେବେ ଏହା ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି ଓୟୁଏଟି ଛାତ୍ର ସମୂହ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-