ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣା ! ବିଜେଡି ବିଧାୟକଙ୍କ କମ୍ପାନି ଗାଡିରେ ହୋଇଥିଲା ଦୁର୍ଘଟଣା

70

କନକ ବ୍ୟୁରୋ : ଦୁର୍ଘଟଣାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତେଜନା । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କମ୍ପାନିର ଗାଡି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଆଉ ଜଣେ ଛାତ୍ରୀ ଗୁରୁତର ଅଛନ୍ତି । ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ଦାବିରେ ଆଜି ଶିରିପୁର ଛକରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ ସହ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏହି ରାସ୍ତାରୋକ କରାଯାଇଛି ।

ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । ତେବେ ଦିନକ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ଆସନ୍ତାକାଲି ଡିସିପି ଅଫିସ ଘେରାଓ କରିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଶନିବାର ରାତିରେ ଶିରିପୁର ଫାୟାର ଷ୍ଟେସନ ନିକଟରେ ଏକ ଦୁର୍ଘଟଣାରେ ଓୟୁଏଟିର ଏମସିଏ ଛାତ୍ରୀ ସୂଚିସ୍ମୀତା ବିଶ୍ୱାଳଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ରୀ ପ୍ରଜ୍ଞା ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ତେବେ ଏହା ଦୁର୍ଘଟଣା ନୁହେଁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି ଓୟୁଏଟି ଛାତ୍ର ସମୂହ ।