ଅଟଳଙ୍କୁ ରାଷ୍ଟ୍ରୀୟ ସମ୍ମାନ ! କେବଳ ଭାରତ ନୁହେଁ ଏହି ସବୁ ଦେଶର ମଧ୍ୟ ଜାତୀୟ ପତାକା ଅର୍ଦ୍ଧନିମିତ୍ତ ରହିଛି ।

70

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନେତା ଅଟଳବିହାରୀ ବାଜପେୟୀଙ୍କ ପରଲୋକରେ କେବଳ ଆମ ଦେଶବାସୀ ନୁହେଁ ବିଶ୍ୱବାସୀ ସମ୍ମାନ ଜଣାଇଛନ୍ତି । ସମଗ୍ର ବିଶ୍ୱରୁ ତାଙ୍କପାଇଁ ଶୋକବାର୍ତ୍ତା ପହଞ୍ଚିବାରେ ଲାଗିଛି । ତାଙ୍କ ମୃତ୍ୟୁକୁ ସମ୍ମାନ ଜଣାଇବାକୁ ସରକାରଙ୍କ ପକ୍ଷରୁ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନିମିତ୍ତ କରାଯିବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଆମ ଦେଶର ପତାକା ନୁହେଁ ଆଉ କିଛି ଦେଶ ମଧ୍ୟ ନିଜର ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ କରିଦେଇଛନ୍ତି । ବ୍ରିଟେନର ବିଖ୍ୟାତ ପତାକା ୟୁନିୟନ ଫ୍ଲାଗ୍ ଏବେ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ ଦୂତାବାସରେ ଅର୍ଦ୍ଧନିମିତ୍ତ ରହିଛି । ଅଟଳ ଜୀଙ୍କୁ ସମ୍ମାନ ଜଣାଇ ବ୍ରିଟିଶ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସେହିପରି ଭୁଟାନ ଓ ମରିସସ ମଧ୍ୟ ନିଜ ନିଜର ପତାକାକୁ ଅର୍ଦ୍ଧନିମିତ୍ତ ରଖିଛନ୍ତି । ଅନ୍ୟପକ୍ଷରେ ଭୁଟାନ ରାଜା ନିଜେ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଛନ୍ତି । ପାକିସ୍ତାନ ଶତ୍ରୁଦେଶ ହେଲେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳ ପଠାଇଛି । ଆମେରିକା, ଋଷିଆ, ଶ୍ରୀଲଙ୍କା ଓ ବାଂଲାଦେଶ ସରକାର ମଧ୍ୟ ଶୋକ ସଂଦେଶ ପଠାଇଛନ୍ତି ।