ପରୀକ୍ଷା ପୂର୍ବରୁ ଲିକ୍ ହେଲା ଓଟିଇଟି ପ୍ରଶ୍ନପତ୍ର ! ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ପରୀକ୍ଷା ପତ୍ରର ସେଟ୍ ।

5,076

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଓଟିଇଟି, ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ସମସ୍ତ ସ୍ଥାନରୁ ଏହି ପରୀକ୍ଷା ପତ୍ରର ସେଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ଆଜି ଓଟିଇଟିର ପ୍ରଥମ ସିଟିଂରେ ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଏହି ପରୀକ୍ଷାରେ  ପ୍ରଶ୍ନପତ୍ର ଏବେ ସୋସିଆଲ ମିଡିଆରେ ବୁଲୁଛି । 

ଏହାପରେ ପ୍ରଶ୍ନପତ୍ର ଲିକ୍ ହେବା ନେଇ ପ୍ରଶ୍ନ ଉଠିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ପ୍ରଶ୍ନପତ୍ରର କେବଳ ସେଟ୍-ବି ନୁହେଁ , ଅନ୍ୟ ସେଟ୍ ସହ ଉତ୍ତର ମଧ୍ୟ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏ ନେଇ କନକ ନ୍ୟୁଜ ତରଫରୁ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି, ଏ ନେଇ ଅନୁଧ୍ୟାନ ଚାଲିଛି ।