ପ୍ରଶ୍ନପତ୍ର ଲିକ୍ ହେବା ପରେ ବାତିଲ ହେଲା ଓଟିଇଟି ପରୀକ୍ଷା ! ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ପରୀକ୍ଷା ପ୍ରଶ୍ନ ପତ୍ର ସେଟ୍ ।

637

କନକ ବ୍ୟୁରୋ : ବାତିଲ ହେଲା ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଲିକ୍ ପାଇଁ ଓଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ଜଣାପଡିଛି । ତେବେ ପରୀକ୍ଷା ବାତିଲ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ସେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ତେବେ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର । ଏହା ପରେ ପରୀକ୍ଷାକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଭାଇରାଲ ହୋଇଥିଲା । ତେବେ ପରୀକ୍ଷା କେବେ ହେବ ସେନେଇ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି । ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବା ବେଳେ, ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ଓଟିଇଟି ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।