ଏଣିକି ଅନଲାଇନରେ ହେବ ଓଟିଇଟି ପରୀକ୍ଷା ! ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତି

783

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ତନାଘନା ହେଲା। ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଅନଲାଇନରେ କରାଯିବ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏେନଇ ସହମତି ହୋଇଛି। ଏ ସଂପର୍କରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ଆଜି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣାରେ ଦୋଷୀ କିଏ, କେଉଁ ପରିସ୍ଥିତିରେ ପ୍ରଶ୍ନ ପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି, ଏସବୁ କାରଣ ଖୋଜାଯାଇନି। ସରକାର ଏ ସଂକ୍ରାନ୍ତରେ ଠୋସ୍ ପଦକ୍ଷେପ ନେବା ଲାଗି ଆଗ୍ରହ ଦେଖାଇନାହାନ୍ତି।

ଉଲ୍ଲେଖଥାଉକି, ଗତ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କର୍ତୃପକ୍ଷ ପରୀକ୍ଷା ବାତିଲ କରିଥିଲେ। ହେଲେ ଘଟଣାକୁ ନେଇ ସରକାର ସ୍ତରରେ ଯେମିତି ତତ୍ପରତା ଦେଖାଯିବା କଥା ତାହା ପରିଲକ୍ଷିତ ହୋଇନଥିଲା। ସମ୍ବାଦରେ ଏ ନେଇ ଖବର ପ୍ରକାଶ ପରେ ଶନିବାର ଦିନ ମନ୍ତ୍ରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ।

ଏହି ବୈଠକରେ ଫେବ୍ରୁଆରି ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଓ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ନେଇ ମଧ୍ୟ ଆେଲାଚନା ହୋଇଛି। ଆଜିର ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.