ପାରାଦୀପ ବନ୍ଦରରେ ଅଚଳାବସ୍ଥା! ଷ୍ଟିଭେଡର୍ସ ବିବାଦକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଶ୍ରମିକ ସଂଗଠନ

29

କନକ ବ୍ୟୁରୋ : ପାରଦୀପ ବନ୍ଦରରେ ପୁଣି ଦେଖା ଦେଇଛି ଅଚଳାବସ୍ଥା । ଛଟେଇ ଓ ଅନ୍ୟତ୍ର ବଦଳି ପ୍ରତିବାଦରେ ବିଭିନ୍ନ ଷ୍ଟିଭେଡର୍ସ କମ୍ପାନୀର ଶ୍ରମିକ ଓ କର୍ମଚାରୀ ଗତରାତିରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଆକ୍ରୋଶ ମୂଳକ ଭାବେ ଏଭଳି କରାଯାଉଥିବା ଶ୍ରମିକ ଓ କର୍ମଚାରୀ ଅଭିଯୋଗ କରିଛନ୍ତି । ଫଳରେ ପାରାଦ୍ୱୀପ ବନ୍ଦରରେ ଲୋଡିଂ ଓ ଅନଲୋଡିଂ ପ୍ରଭାବିତ ହୋଇଛି ।

ଗତକାଲି ଠାରୁ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଏ ଯାଏଁ ଆଲୋଚନାସ୍ଥଳକୁ କେହି ଆସିନାହାନ୍ତି । ଗତ ତିନିମାସ ମଧ୍ୟରେ ଏଭଳି ଆନ୍ଦୋଳନ ତୃତୀୟ ଥର ପାଇଁ ହେଉଛି । ଛଟେଇ କର୍ମଚାରୀଙ୍କ ପୁନଃନିଯୁକ୍ତି ଓ ବଦଳି ବାତିଲ ନହେବା ଯାଏଁ ଏହ÷ି ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ଓ ଶ୍ରମିକ ଚେତାବନୀ ଦେଇଛନ୍ତି ।