ଓସ୍କାରର ମିଶନ୍ ଗୁଜୁରାଟ୍ !

38

କନକ ବ୍ୟୁରୋ : ଓଡିଶାରେ ଗଢିଥିଲା, ଗୁଜୁରାଟରେ ବଢିଥିଲା । କେମିତି ଛିଡା ହୋଇଥିଲା ଓସ୍କାର ସାମ୍ରାଜ୍ୟ । ଗୋଟିଏ ବ୍ୟକ୍ତି କେମିତି ଲୁଟ୍ କରିଥିଲା ହଜାର ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା । କନକ ନ୍ୟୁଜରେ ଅନୁସନ୍ଧାନ ବେଳେ ଏମିତି କିଛି ପ୍ରମାଣ ଲାଗିଛି, ଯାହା ଓଡିଶା ସରକାରଙ୍କ ଭୁମିକାକୁ କାଠଗଡାରେ ଛିଡା କରିଛି ।

୨୦୦୬ରେ ଜନ୍ମ ନେଇଥିଲା ଓସ୍କାର କଂପାନୀ । ଓଡିଶାରୁ ଆରମ୍ଭ ହୋଇଥିଲା ଲୁଟର ଯାତ୍ରା । ଲୁଟ ଟଙ୍କାରେ ମାଲାମାଲ ହେବା ପରେ ଓଡିଆ ଫିଲ୍ମ ଜଗତର କିଛି ନାମି କଳାକାରଙ୍କୁ ନିଜ ହାତବାରିସି କରିଥିଲା ପ୍ରଭାସ ରାଉତ । ଚାଲାକ୍ ଚତୁର ପ୍ରଭାସଙ୍କ କଳାଟଙ୍କାର ମୋହରେ ପଡି ଫିଲ୍ମରେ ଅଭିନୟ କରିବା ସହ ଠକ କଂପାନୀର ଦୂତ ବି ସାଜିଥିଲେ ଏହି କଳାକାରମାନେ । ଏହାପରେ ଓସ୍କାରର ମିଶନ ଗୁଜୁରାଟ । ଲକ୍ଷଲକ୍ଷ ଓଡିଆ ଦାଦନଙ୍କ ବିଶ୍ୱାସକୁ ଲୁଟର ଯୋଜନା ବି ସଫଳ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି , ୨୦୧୪ରେ ଓସ୍କାର ଉପରେ ଗୁଜୁରାଟ ପୁଲିସର ଆକ୍ସନ ପରେ କଣ ଓଡିଶା ପୁଲିସ ଜାଣି ପାରି ନଥିଲା । ଗୁଜୁରାଟରୁ ନିଜ ମୁହଁ ଲୁଚାଇ ଖସି ଆସିଥିବା ପ୍ରଭାସକୁ କଣ ଓଡିଆ ପୁଲିସ ଧରି ପାରୁନଥିଲା । ଏହା ଭିତରେ କଣ ଥିଲା ଅଭିସନ୍ଧି । ଏ ପ୍ରଶ୍ନର ଉତର ନିଶ୍ଚୟ ଭାବେ ଆଶା କରିବେ ଓସ୍କାର ଦ୍ୱାରା କ୍ଷତିଗ୍ରସ୍ତ ରାଜ୍ୟବାସୀ ।