ଓସ୍କାର ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଦିଲ୍ଲୀରୁ ଗିରଫ

19

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ଚେୟାରମ୍ୟାନ ପ୍ରଭାସ ରାଉତ ଗିରଫ । ପ୍ରଭାସଙ୍କୁ ଦିଲ୍ଲୀରୁ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ଗିରଫ କରିଛି । ଦିଲ୍ଲୀରେ ଏକ ମନ୍ଦିରରେ ଛଦ୍ମ ନାମରେ ରହୁଥିଲେ ପ୍ରଭାସ । ସଂସ୍ଥା ନାଁରେ ପାଖାପାଖି ୨୫୦ କୋଟି ଟଙ୍କାର ଠେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ସଂସ୍ଥାର ଏମଡିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚ । ସଂସ୍ଥାର ସଂପତି ଆଟାଚ ହୋଇଥିବା କ୍ରାଇମବ୍ରାଂଚ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି । ପ୍ରଭାସଙ୍କୁ କ୍ରାଇମବ୍ରାଂଚ ଦିଲ୍ଲୀରୁ ରିମାଣ୍ଡରେ ଆଣୁଛି । ଓଡିଶା, ମହାରାଷ୍ଟ୍ର,ଗୁଜୁରାଟରେ ତାଙ୍କ କାରବାର ଥିଲା । ଓଲିଉଡରେ ମଧ୍ୟ ଚିଟଫଣ୍ଡ ଟଙ୍କା ଲାଗିଥିବା ଜଣାପଡିଛି ।