ଓସ୍କାର ଚିଟଫଣ୍ଡ ମାମଲା : ସିନେ ତାରକା ଓ ବିଜେଡି ନେତାଙ୍କ ଲିଙ୍କ୍ ନେଇ ବ୍ରହ୍ମପୁରରେ ବିଜେପିର ବିକ୍ଷୋଭ

30

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସହ ସିନେ ତାରକା ଓ ବିଜେଡି ନେତାଙ୍କ ଲିଙ୍କ୍ ନେଇ ବିଜେପିର ବିକ୍ଷୋଭ । ଗରିବ ଲୋକଙ୍କ ଟଙ୍କାରେ ବିଜେଡି ନେତା ଏବଂ ଓଲିଉଡ କଳାକାରମାନେ ମଉଜ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ନେତା ଓ କଳାକାରଙ୍କ କୁଶ ପୁତଳିକା ଦାହ କରିଛନ୍ତି । ସେହିପରି ଏମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରଛନ୍ତି । ଗରିବ ଲୋକଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି ।