ଓସ୍କାର ଚିଟଫଣ୍ଡ ଠକେଇ ମାମଲା : କ୍ରାଇମବ୍ରାଂଚର ଡକରା ପରେ, ଅର୍ଥନୈତିକ ଅପରାଧ ଶାଖାରେ ପହଂଚିଲେ ଗୁଜୁରାଟ ବରୋଚ୍ ଜିଲ୍ଲାର ଜମାକାରୀ

32

କନକ ବ୍ୟୁରୋ : ଓସ୍କାର ଚିଟଫଣ୍ଡ ଠକେଇ ମାମଲା । କ୍ରାଇମବ୍ରାଂଚର ଡକରା ପରେ, ଅର୍ଥନୈତିକ ଅପରାଧ ଶାଖାରେ ଗୁଜୁରାଟର ବରୋଚ୍ ଜିଲ୍ଲାର ଜମାକାରୀ ମାନେ ପହଂଚିଛନ୍ତି । ୩ହଜାର ଜମାକାରୀ ମାନେ ଠକେଇ ସଂପର୍କିତ କାଗଜପତ୍ର ଇଓଡବ୍ଲ୍ୟୁରେ ଦାଖଲ କରିଛନ୍ତି । ୩ ହଜାର ଜମାକାରୀଙ୍କ ଠାରୁ ଓସ୍କାର ୧୧ କୋଟିରୁ ଅଧିକ ଟଙ୍କା ଠକି ଥିବା ବେଳେ, ସମଗ୍ର ଗୁଜୁରାଟରୁ ପାଖାପାଖି ୨୩୦ କୋଟିରୁ ଉର୍ଦ୍ଧ ଟଙ୍କାର ଚୂନା ଲଗାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଜମାକାରୀ ।